ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା

ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା

ମଙ୍ଗଳବାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ପିଏମ୍ କିଷାନ ଟଙ୍କା । ପ୍ରତ୍ୟେକ ଚାଷୀଙ୍କୁ ୨ ହଜାର ଲେଖାଏଁ ଟଙ୍କା ମିଳିବ ବୋଲି ସୂଚନା ମିଳିଛି । ଏଥିରେ ଦେଶର ୯ କୋଟି ୩୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ଯିବ । ପିଏମ୍ କିଷାନ ଯୋଜନାର ୧୭ ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ । ବାରଣାସୀ ସଭାରୁ ମୋଦି ଚାଷୀଙ୍କୁ ଟଙ୍କା ବାଣ୍ଟିବେ ବୋଲି ସୂଚନା ରହିଛି । ସେହିପରି ବରଗଡରେ ରାଜ୍ୟସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ଗସ୍ତ କରିବେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ରହିବେ । ଏହା ସହ ପୁରୀରେ ଆୟୋଜିତ କାଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *