ହସୁଛନ୍ତି ଅରିନ୍ଦମ , କାନ୍ଦୁଛନ୍ତି ବବି !

ହସୁଛନ୍ତି ଅରିନ୍ଦମ , କାନ୍ଦୁଛନ୍ତି ବବି !

ରାଜ୍ୟ ରାଜନୀତିର ସବୁଠୁ ହାଇପ୍ରୋଫାଲ ନେତା ହେଉଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ବବିଙ୍କ ନାଁ ଶୁଣିଲେ ସାଧାରଣ ଜନତାଙ୍କ ସହ ଅନେକ ନେତା ମନ୍ତ୍ରୀ ମାନେ ମଧ୍ୟ ଥରହର ହୁଅନ୍ତି । କିନ୍ତୁ ଏବେ ବବିଙ୍କର ଆଉ ସେ ପାୱାର ନାହିଁ । ଚଳିତ ଥର ନିର୍ବାଚନରେ ନିଜ ଗଡ ଯାଜପୁର ଛାଡି ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଥିଲେ ବବି । କିନ୍ତୁ ସେଠାରୁ ହାରିବା ପରେ ଏବେ ଆଉ ତାଙ୍କ ଦବଦବା ସେତେଟା ପରିଲକ୍ଷିତ ହେଉନି । କି ରାଜନୀତିରେ ସେ ଆଉ ସେତେଟା ଆଖିଦୃଖିଆ ହେଉନାହାନ୍ତି । ଖାଲି ସମ୍ବଲପୁର ନୁହେଁ , ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନରେ ମଧ୍ୟ ନିଜ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ କା’ ସଦୃଶ ସେ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଥିଲେ । ଦୁଇଟି ଆସନରୁ ଗୋଟିଏ ଆସନରେ ବି ଜିତିଥିଲେ ବବିଙ୍କ ହାତରେ କ୍ଷମତା ରହିଥାନ୍ତା । ଯାହାକୁ ଦୃଷ୍ଟିରେ ରଖି ବବି ବିଜେଡିର ନୀତି ମଧ୍ୟ ଭାଙ୍ଗିଥିଲେ । ବିଜେଡିର ନୀତି ଅନୁଯାୟୀ, ପରିବାରର ଜଣଙ୍କୁ ହିଁ ଟିକେଟ ମିଳିବା କଥା । କିନ୍ତୁ ଅନ୍ୟ ନେତାଙ୍କ ପାଇଁ ଏହା ଲାଗୁ ହେଉଥିବା ବେଳେ ବବିଙ୍କ ପାଇଁ ଏହା ଲାଗୁ ହୋଇନଥିଲା । ନିଜ ମାମୁଁ ଏବଂ ଭିଣୋଇଙ୍କ ଟିକେଟ କାଟି ନିଜ ମାଆଙ୍କୁ ପ୍ରାର୍ଥୀ କରାଇଥିଲେ ବବି । ଯାହାକୁ କେନ୍ଦ୍ର କରି ଅନେକ ନେତା ଏହା ବିରୋଧରେ ଥିଲେ । ବାରମ୍ବାର ଟିକେଟ ପାଇଁ ଆଶା ରଖିଥିଲେ ମଧ୍ୟ ଅରିନ୍ଦମଙ୍କୁ ଟିକେଟ ମିଳିନଥିଲା । ଯାହାକୁ କେନ୍ଦ୍ର କରି ସେ ଦଳ ଛାଡିଥିଲେ । ଏପରିକି ବବି ଦାସଙ୍କ ମାମୁଁ ମଧ୍ୟ ଦଳକୁ ବାଏ ବାଏ କହିଥିଲେ । କିନ୍ତୁ ବବି ସେସବୁକୁ ଖାତିର କରିନଥିଲେ । କ୍ଷମତା ଆଳରେ ସେ ନିଜ ସମ୍ପର୍କକୁ ପାଦରେ ଆଡେଇ ଦେଇଥିଲେ । କିନ୍ତୁ ଏବେ ବୋଧେ ସେମାନଙ୍କ ଅଭିଶାପ ହିଁ ବବିଙ୍କୁ ଏଭଳି ସ୍ଥିତିକୁ ଟାଣି ଆଣିଛି । କାରଣ ସବୁ ନିର୍ବାଚନରେ ଏକପାଖିଆ ଜିତିଆସୁଥିବା ନେତା ହଠାତ୍ ଏପରି ଧୂଳି ଚାଟିବା ସମସ୍ତଙ୍କୁ ଝଟକା ଦେଇଥିଲା । ତେବେ ଆଗକୁ କ୍ଷମତା ବିନା ବବି ଦାସ କଣ କରୁଛନ୍ତି ଏବଂ ତାଙ୍କ ରାଜନୈତିକ ଭବିଷ୍ୟତ କଣ ହେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *