ଖୋଲିବ ମମିତା କେସ ରହସ୍ୟ… ବନ୍ଧା ହେବେ ବିଜେଡି ନେତା !

ଖୋଲିବ ମମିତା କେସ ରହସ୍ୟ… ବନ୍ଧା ହେବେ ବିଜେଡି ନେତା !

ରାଜ୍ୟରେ ବିଜେପି ସରକାର ଗଢିବା ପରେ ଏବେ ଫୁଲ ଆକ୍ସନ ମୋଡରେ । ନବନିର୍ବାଚିତ ବିଧାୟକମାନେ ନିଜର ନିର୍ବାଚନ ମଣ୍ଡଳୀ ବୁଲି ବିଭିନ୍ନ ସ୍ଥିତିର ସମୀକ୍ଷା କରୁଛନ୍ତି । ଯଦି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ କଥା କହିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇ କଣ୍ଟାବାଞ୍ଜିରେ ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ବିଜୟ ମୁକୁଟ ପିନ୍ଧିଛନ୍ତି । ତେବେ ନିର୍ବାଚନରେ ଜିତିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଗୁରୁତ୍ୱ ଦେଇଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା ଆପଣମାନେ ତ ଜାଣିଥିବେ । ଏହି ଘଟଣାରେ ପୁଣିଥରେ ସିବିଆଇ ତଦନ୍ତ ଦାବି କରିଛନ୍ତି ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ । ଗତକାଲି ସକାଳେ ଏହି ନବନିର୍ବାଚିତ ବିଧାୟକ ମମିତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ମମିତାଙ୍କ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନଥିବା ଅଭିଯୋଗ କରିଥିଲେ ମମିତାଙ୍କ ବାପା । ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲରେ ମୃତ୍ୟୁ ପରେ ଏହି ମାମଲା ଆଉ ଆଗକୁ ଆଗଉନାହିଁ ବୋଲି ମମିତାଙ୍କ ଘର ଲୋକ ବିଧାୟକଙ୍କ ଆଗରେ ଅଭିଯୋଗ ଆଣିଥିଲେ । ତେଣୁ ସେମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ଆଗରେ ଏ ନେଇ ପ୍ରସ୍ତାବ ରଖିବେ ବୋଲି କହିଥିଲେ ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ । ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗୋବିନ୍ଦ ସାହୁ ଥିବାବେଳେ ବିଜେଡିର ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କର ଏହି ହତ୍ୟାକାଣ୍ଡ ସହିତ ଲିଙ୍କ ଅଛି ବୋଲି କୁହାଯାଉଥିଲା । ଯଦି ମମିତା ମେହେର ହତ୍ୟାକାଣ୍ଡର ସତ ସାମ୍ନାକୁ ଆସେ ଏହି ବିଜେଡି ନେତାଙ୍କ ଗୁମର ଖୋଲିଯିବ । ତେବେ ଆଗକୁ ଏହି କେସ ପ୍ରତି ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *