ଶଙ୍ଖଭବନକୁ ଖାଲି କରିବେ ପ୍ରଶାନ୍ତ ଜଗଦ୍ଦେବ !

ଶଙ୍ଖଭବନକୁ ଖାଲି କରିବେ ପ୍ରଶାନ୍ତ ଜଗଦ୍ଦେବ !

ବିଜେଡି ଶିବିରରେ ପଶିଲା ଛନକା । ଦଳ ଛାଡିବାକୁ ରେଡୀ ହେଉଛନ୍ତି ୨୦ ବିଜେଡି ନେତା । ହଁ ଆଜ୍ଞା, ଏଭଳି କିଛି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଚାଲିଛି । ନିର୍ବାଚନରେ ହାରିବା ପରେ ବିଜେଡି ଏବେ ପତନାଭିମୁଖୀ । ଦଳ ଓ ସଙ୍ଗଠନକୁ ସଜାଡିବା ପାଇଁ କୌଣସି ଉଦ୍ୟମ ହେଉନଥିବା ଦେଖି ଅଧିକାଂଶ ବିଜେଡି ନେତା ଏବେ ପଦ୍ମ ଶିବିରରେ ପାଦ ଥାପିବାକୁ ରେଡୀ ହେଉଥିବା ଶୁଣିବାକୁ ମିଳୁଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ସଜାଡିବାକୁ , ଦଳର ଉନ୍ନତି ପାଇଁ କିଛି ବି ପଦକ୍ଷେପ ନେଉନଥିବାରୁ ଏବଂ ଦଳ ପାଇଁ ସେତେଟା କ୍ରିୟାଶୀଳ ହେଉନଥିବାରୁ ଅନେକ ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ନିର୍ବାଚନ ଫଳାଫଳ ବାହାରିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ବିଜେଡିର ପରାଜୟର ସମୀକ୍ଷା ହୋଇନି । ଯେଉଁ କାରଣରୁ ନେତା ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଫଳାଫଳ ବାହାରିବାର କିଛି ଦିନ ପରେ ବିଜେଡି ନେତାମାନେ କାହିଁକି ହାରିଲେ, କେଉଁଠି ତ୍ରୁଟି ରହିଲା ସେ ଦିଗରେ ସମୀକ୍ଷା କରାଯିବ ବୋଲି ଗଣମାଧ୍ୟମ ଆଗରେ କହିଥିଲେ । କିନ୍ତୁ ଶାସକ ଦଳ ନିଜ ମନ୍ତ୍ରୀ ମଣ୍ଡଳ ଗଠନ କରିବା ସହ କାଯ୍ୟ କରିବା ଆରମ୍ଭ କରିସାରିଲେଣି । କିନ୍ତୁ ବିଜେଡି ଏବେ ବି ସାଇଲେଣ୍ଟ ରହିଛି । ଯାହାକୁ ଦୃଷ୍ଟିରେ ରଖି ଦଳୀୟ ନେତାମାନେ ଚିନ୍ତାରେ ପଡିଯାଇଛନ୍ତି । ଗୋଟିଏ ପଟେ ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଦଳ ଭାବରେ ଉଭା ହୋଇଥିବାରୁ ଏଥର ରାଜ୍ୟ ରାଜନୀତି ଜୋରଦାର ହେବ ବୋଲି ସବୁଠି ଆଲୋଚନା ଚାଲିଛି । କାରଣ ଶାସନ ଦଳ ସହ କଡା ମୁକାବିଲା କରିବା ପାଇଁ ବିଜେଡି ପାଖେ ମଧ୍ୟ ବରାବର ବିଧାୟକ ରହିଛନ୍ତି । କିନ୍ତୁ ବିଜେଡି ସେତେଟା କ୍ରିୟାଶୀଳ ହେଉନଥିବାରୁ ଏବେ ଏ ଆଶା ବି ମଉଳିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଏବେ ବିଜେଡି ବିଧାୟକମାନେ ପଦ୍ମ ପୋଖୀରିକୁ ଯିବା ପାଇଁ ଅଣ୍ଟା ସଳଖୁଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବିଜେଡିର ୨୦ ଜଣ ନେତା ବିଜେପି ସହ ଯୋଗାଯୋଗରେ ରହିଥିବା ଏବଂ ବିଜେପି ଶିବିରକୁ ଆସିବାକୁ ଚାହିଁ ରହିଥିବା ଏକ ସଭାରେ କହିଥିଲେ । ତେବେ ଏହାର ମୂଳଦୂଆ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଠାରୁ ଆରମ୍ଭ ହୋଇଥିବା ବେଳେ ଦେଖାଯାଉ ଆଉ କେତେ ଜଣ ନେତା ସବୁଜ ଛାଡି ଗେରୁଆ ରଙ୍ଗରେ ରଙ୍ଗେଇ ହେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *