କାହାକୁ ହିଞ୍ଜିଳି ଦାୟିତ୍ୱ ଦେବେ ନବୀନ ?

କାହାକୁ ହିଞ୍ଜିଳି ଦାୟିତ୍ୱ ଦେବେ ନବୀନ ?

ରାଜ୍ୟରେ ବଦଳିଛି ସରକାର ବଦଳିଛି ଓଡିଶାର ପାଣିପାଗ । 24 ବର୍ଷର ସରକାରକୁ ହଟାଇ କ୍ଷମତା ଆସନରେ ବସିଛି ଭାରତୀୟ ଜନତା ପାର୍ଟି । ଅନେକ ରଥୀ ମହାରଥୀ ଧରାଶାୟୀ ହୋଇଛନ୍ତି ।  ତେବେ ଯଦି ଚଳିତ ନିର୍ବାଚନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଉପରେ ନଜର ପକାଇବା ହିଞ୍ଜିଳିରୁ ହ୍ୟାଟ୍ରିକ କରିଛନ୍ତି ନବୀନ ପଟ୍ଟନାୟକ । 2000 ମସିହାରୁ ଲଗାତାର ଭାବେ ହିଞ୍ଜିଳିରୁ ହ୍ୟାଟ୍ରିକ କରୁଛନ୍ତି ନବୀନ ପଟ୍ଟନାୟକ । କିନ୍ତୁ ଚଳିତ ଥର ଏହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ କିଏ ନେବ ତାକୁ ନେଇ ଏବେ ବି କଳ୍ପନା ଜଳ୍ପନା ଲାଗି ରହିଛି । କାହିଁକିନା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଥିବାବେଳେ ଏହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ତୃତୀୟ ମହଲା ଉପରେ ନ୍ୟସ୍ତ ରହୁଥିଲା । କେତେବେଳେ ରାଜନେତା ତ ଆଉ କେତେବେଳେ  ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଉଥିଲା । ଏପରି କ୍ଷେତ୍ରରେ ଦୀର୍ଘବର୍ଷ ଧରି ପ୍ରଶାସନିକ ଅଧିକାରୀ ଶରତଚନ୍ଦ୍ର ମହାପାତ୍ର ଆଠବର୍ଷ ଧରି ହିଞ୍ଜିଳି ବିଧାନସଭାର ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ହାରିବା ପରେ ନବୀନ ପଟ୍ଟନାୟକ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି ତେଣୁ ଚର୍ଚ୍ଚା ହେଉଛି ହିଞ୍ଜିଳିର ଦାୟିତ୍ୱ ସେ ନିଜେ ନେଇପାରନ୍ତି ଅନ୍ୟପଟେ ଶରତ ଚନ୍ଦ୍ର ମହାପାତ୍ରଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି । ତେବେ ଏବେ ପର୍ଯ୍ୟନ୍ତ ସୁଦ୍ଧା ହିଞ୍ଜିଳି ମଙ୍ଗ କିଏ ଧରିବ ସେ ନେଇ କୌଣସି ସୂଚନା ଆସିନଥିବା ବେଳେ ଆଗକୁ ଏହି ଆସନକୁ ନେଇ କଣ ରହୁଛି ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *