ରାମ ମନ୍ଦିରରୁ ଝରୁଛି ପାଣି

ରାମ ମନ୍ଦିରରୁ ଝରୁଛି ପାଣି

ବର୍ଷାରେ ଭିଜୁଛନ୍ତି ରାମଲାଲା । ଅଯୋଧ୍ୟା ରାମମନ୍ଦିରର କାନ୍ଥରୁ ଝରୁଛି ବର୍ଷା ପାଣି । ପାଣି ଝରିବା କାରଣରୁ ଜଳମଗ୍ନ ହେଉଛି ରାମଲାଲାଙ୍କ ପୂଜା ସ୍ଥଳୀ । ହଁ ଆଜ୍ଞା, ଚଳିତ ବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାପନ ହୋଇଥିଲା । ୫୦୦ ବର୍ଷ ପରେ ରାମଲାଲା ତାଙ୍କ ଜନ୍ମସ୍ଥଳୀକୁ ଫେରିଥିବା ବେଳେ ତାଙ୍କ ସ୍ୱାଗତ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏଥିପାଇଁ କେନ୍ଦ୍ର ସରକାର ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାମମନ୍ଦିରକୁ ବିଳାସପୂଣ୍ଣ କରାଗଲା । ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ବଡ ବଡ ପଣ୍ଡିତ ମାନଙ୍କ ଗହଣରେ ରାମଲାଲାଙ୍କୁ ମନ୍ଦିରର ଗର୍ଭ ଗୃହରେ ସ୍ଥାପନ ମଧ୍ୟ କରାଗଲା । ଯାହା ପରେ ପ୍ରତିଦିନ ରାମଲାଲାଙ୍କୁ ଦେଖିବାକୁ ଦୂର ଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଲା । କିନ୍ତୁ ଏବେ ଯେଉଁ ଦୃଶ୍ୟ ସାମ୍ନାକୁ ଆସୁଛି ତାକୁ ଦେଖି ସମସ୍ତେ ଚକିତ । କାରଣ ମନ୍ଦିର ପ୍ରତିଷ୍ଠାର ୬ ମାସ ଭିତରେ ହିଁ ମନ୍ଦିର ଛାତରୁ ପାଣି ଝରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହା ଫଳରେ ପୂଜାରେ ବାଧା ସୃଷ୍ଟି ହେଉଥିବା ସୂଚନା ମିଳୁଛିା ।ପ୍ରଥମ ବର୍ଷାରେ ହିଁ ମନ୍ଦିରର ହାଲ ବେହାଲ ହୋଇଗଲାଣି । ଯାହାକୁ ନେଇ ମନ୍ଦିରର ମୁଖ୍ୟ ପୂଜକ ଅଭିଯୋଗ କରିଛନ୍ତି । ଆଗକୁ ବର୍ଷା ଥିବାରୁ ଯଦି ଏହି ଭଳି ପରିସ୍ଥିତି ରୁହେ ତେବେ ସ୍ଥିତି ଆହୁରି ଅସମ୍ଭାଳ ହେବ ବୋଲି ମନ୍ଦିର ପୂଜକ ମାନେ ମତପ୍ରକାଶ କରୁଛନ୍ତି । ଏବଂ ସ୍ଥିତି ବିଗିଡିବା ପୂର୍ବରୁ ଏହାର ସମାଧାନ କରିବାକୁ ଦାବି କରାଯାଉଥିବା ସୂଚନା ରହିଛି । ତେବେ ମନ୍ଦିର ନିର୍ମାଣ ପଛରେ ନାମୀଦାମୀ ଇଞ୍ଜିନିୟରଙ୍କ ହାତ ରହିଥିବା ବେଳେ ମାତ୍ର ୬ ମାସ ମଧ୍ୟରେ ଏପରି ପରିସ୍ଥିତି କିପରି ସୃଷ୍ଟି ହେଲା ତାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *