ମୋଦିଙ୍କ ଜନ୍ମଦିନରେ ମହିଳାଙ୍କୁ ଭେଟି ଦେବେ ମୋହନ ସରକାର

ମୋଦିଙ୍କ ଜନ୍ମଦିନରେ ମହିଳାଙ୍କୁ ଭେଟି ଦେବେ ମୋହନ ସରକାର

ମୋଦିଙ୍କ ଜନ୍ମଦିନରେ ମହିଳାଙ୍କୁ ଭେଟି ଦେବେ ମୋହନ ସରକାର । ରାଜ୍ୟରେ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଯୋଜନା । ଦିଲ୍ଲୀର ହଜଖାସ ମନ୍ଦିରରେ ପ୍ରବାସୀଙ୍କୁ ଅଭିଭାଷଣରେ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଥିବାରୁ ଏହି ଅବସରରେ ଓଡିଶାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଭେଟି ଦେବା ସହ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କାଯ୍ୟକ୍ରମର ଶୁଭାରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏଥିରେ ୫ ଲକ୍ଷ ମହିଳା ଯୋଗଦେବେ । ତେବେ ରାଜ୍ୟର ନବଗଠିତ ବିଜେପି ସରକାରର ବହୁପ୍ରତୀକ୍ଷିତ ଯୋଜନା ହେଉଛି ସୁଭଦ୍ରା ଯୋଜନା । ନିର୍ବାଚନ ସମୟରେ ଏହାର ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଉ ସେପ୍ଟେମ୍ବର ୧୭ ତାରିଖରେ ଏହାର ଶୁଭାରମ୍ଭ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନା ଅଧିନରେ ମହିଳା ହିତାଧିକାରୀଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ ।

author

Related Articles

Leave a Reply

Your email address will not be published. Required fields are marked *