ସିମକାର୍ଡକୁ ନେଇ ଆସିଲା ବଡ ଅପଡେଟ । ଏଣିକି ମୋବାଇଲରେ ବ୍ୟବହାର କରୁଥିବା ସିମ୍ କାର୍ଡକୁ ବଦଳାଇବାକୁ ଚାହୁଁଥିଲେ ଆପଣ ତୁରନ୍ତ ବଦଳାଇପାରିବେନି । ନୂଆ ନିୟମ ଅନୁଯାୟୀ, ମୋବାଇଲ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଥିଲେ ଆପଣଙ୍କୁ ୭ ଦିନ ଅପେକ୍ଷା କରିବାକୁ ପଡିବ । ସିମ୍ କାର୍ଡ ଜରିଆରେ ହେଉଥିବା ସ୍କାମ ଉପରେ ରୋକ ଲଗାଇବାକୁ ଏହି ନିୟମକୁ କଡାକଡି କରାଯାଇଛି । କୌଣସି ଗ୍ରାହକ ନିଜ ନମ୍ବରକୁ ରଖି, ଯଦି ଅପରେଟର ବଦଳାଇବାକୁ ଚାହାନ୍ତି, ତେବେ ବାଧ୍ୟତାମୂଳକ ଭାବେ ୭ ଦିନ ଅପେକ୍ଷା କରିବାକୁ ପଡିବ । ଆବଶ୍ୟକୀୟ ପ୍ରମାଣପତ୍ର ଓ ଓଟିପି ଦେଇ ଭେରିଫିକେସନ୍ ପାଇଁ ମଧ୍ୟ ଅପେକ୍ଷା କରିବାକୁ ପଡିବ । ନିୟମରେ ସଂଶୋଧନ କରି ସ୍ୱତନ୍ତ୍ର ପୋର୍ଟିଂ କୋର୍ଡ ପାଇଁ ୭ ଦିନ ଭିତରେ ଅନୁରୋଧ କରିବେ ଗ୍ରାହକ । ପୂର୍ବରୁ ଏହି ସମୟ ୧୦ ଦିନ ଥିଲା । ଟେଲିଯୋଗାଯୋଗ ମୋବାଇଲ ନମ୍ବର ପୋର୍ଟେବିଲିଟି ନିୟମ ୨୦୨୪ରେ ପରିବର୍ତନ କରି ୭ ଦିନ କରାଯାଇଛି । ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । କିଛି ଅଂଶୀଦର ୧୦ ଦିନ ପ୍ରତୀକ୍ଷା ଅବଧିକୁ ସମର୍ଥନ କରୁଥିଲେ । ଏବଂ ଅନ୍ୟ କିଛି ପକ୍ଷ ତାକୁ ୪ ଦିନ ହ୍ରାସ କରି ୬ ଦିନ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ ଅର୍ଥାତ୍ ଟ୍ରାଇ ତାକୁ ୭ ଦିନ ଧାର୍ୟ୍ୟ କରିଛନ୍ତି । ସିମ୍ ଫ୍ରଡ୍ ଓ ଗ୍ରାହକଙ୍କ ଡାଟା ସୁରକ୍ଷିତ ରଖିବା ପାଇଁ ଟ୍ରାଇ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହି ନୂଆ ନିୟମ ଗତ ମାର୍ଚ୍ଚ ମାସରୁ ଡ୍ରାଫ୍ଟ ହୋଇସାରିଥିଲା । ଆଜି ଠାରୁ ବିଧିବଦ୍ଧ ଭାବେ ଲାଗୁ ହୋଇଛି ।
You can share this post!
author
Related Articles
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024
ଓଡ଼ିଶା ଫୋଟ ଏକ୍ସପୋ 2024ଉଦଘାଟିତ
- September 28, 2024
ତହସିଲଦାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ପ୍ରତିବାଦ
- September 28, 2024