ମୋଦିଙ୍କ ଜନ୍ମଦିନରେ ମହିଳାଙ୍କୁ ମିଳିବ ଭେଟି

ମୋଦିଙ୍କ ଜନ୍ମଦିନରେ ମହିଳାଙ୍କୁ ମିଳିବ ଭେଟି

ଖୁବଶୀଘ୍ର ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରରେ ରାଜ୍ୟର ସମସ୍ତ ମହିଳାଙ୍କୁ ଭେଟି ଦେବା ପାଇଁ ମୋହନ ସରକାର ଏଭଳି କିଛି ଘୋଷଣା କରିଛନ୍ତି । ଦିଲ୍ଲୀ ଗସ୍ତରେ ଥିବା ବେଳେ ପ୍ରବାସୀ ଓଡିଆଙ୍କୁ ସମ୍ବୋଧନ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଘୋଷଣା ଅନୁଯାୟୀ. ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ ହେବାକୁ ଯାଉଛି । ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଥିବାରୁ ଏହାକୁ ଆହୁରି ଖାସ କରିବା ପାଇଁ ମୋହନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଢିଥିବାରୁ ତାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ରାଜ୍ୟ ବିଜେପି ଏଭଳି ପଦକ୍ଷେପ ନେଇଛି । ତେବେ ମୋଦିଙ୍କ ଜନ୍ମଦିନ ଅବସରରେ ମହିଳାଙ୍କୁ ସୁଭଦ୍ରା ଟଙ୍କା ଭେଟି ଦେବା ସହ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କାଯ୍ୟକ୍ରମର ଶୁଭାରମ୍ଭ ହେବା ନେଇ ସୂଚନା ରହିଛି । ଖୋଦ ପ୍ରଧାନମନ୍ତ୍ରୀ ଓଡିଶା ଆସି ଏହି କାଯ୍ୟକ୍ରମ ଲୋକର୍ପଣ କରିବେ । ଏବଂ ୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ଭାଉଚର ଭେଟି ଦେବେ । ତେବେ ରାଜ୍ୟରେ ନବଗଠିତ ବିଜେପି ସରକାରର ବହୁ ପ୍ରତିକ୍ଷିତ ଯୋଜନା ହେଉଛି ସୁଭଦ୍ରା ଯୋଜନା । ନିର୍ବାଚନ ସମୟରେ ଏହାର ପ୍ରତିଶୃତି ଦେଇଥିଲା ବିଜେପି । ଆଉ ଏବେ ଏହି ପ୍ରତିଶୃତି ପାଳନ କରିବା ଉଦ୍ଦେଶ୍ୟରେ ଆସନ୍ତା ୧୦୦ ଦିନ ଭିତରେ ଏହି ଯୋଜନା ଲାଗୁ ହେବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାରମ୍ବାର ସୂଚନା ଦେଉଥିଲେ । ଆଉ ଏବେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଏହାର ଶୁଭାରମ୍ଭ କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ତେବେ ଏହି ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ମହିଳାଙ୍କୁ ୨ ବର୍ଷ ପାଇଁ ୫୦ ହଜାର ଟଙ୍କାର ଭାଉଚର ଯୋଗାଇଦେବ । ଯାହାକୁ ମହିଳାମାନେ ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିପାରିବେ ।

author

Related Articles

Leave a Reply

Your email address will not be published. Required fields are marked *