ଭିକେ ପାଣ୍ଡିଆନଙ୍କ ଏକ୍ସ ଆକାଉଣ୍ଟକୁ ନେଇ ରାଜନୀତିରେ ହଟଚମଟ

ଭିକେ ପାଣ୍ଡିଆନଙ୍କ ଏକ୍ସ ଆକାଉଣ୍ଟକୁ ନେଇ ରାଜନୀତିରେ ହଟଚମଟ

ପୁଣି ଥରେ ଭିକେ ପାଣ୍ଡିଆନଙ୍କୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତିର ମାହୋଲ । ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଓହରି ଯାଇଛନ୍ତି ସତ , କିନ୍ତୁ ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସେ ବେଶ ସକ୍ରିୟ ଥିବା ନଜର ଆସିଛନ୍ତି । ମହାନଦୀ ବିବାଦ ହେଉ କି ପୁଞ୍ଜିନିବେଶ ପ୍ରସଙ୍ଗ, ନିଜ ଏକ୍ସ ଆକାଉଣ୍ଟରେ ନିୟମିତ ପୋଷ୍ଟ କରୁଛନ୍ତି ପାଣ୍ଡିଆନ । ତେବେ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ରହିଥିବା ଆକାଉଣ୍ଟରେ ୧୭ ହଜାରରୁ ଅଧିକ ଫଲୋଅର୍ସ ରହିଥିବା ବେଳେ ସେହି ଆକାଉଣ୍ଟରେ ୧୭ ଶହରୁ ଅଧିକ ପୋଷ୍ଟ କରାଯାଇଛି । ଯେଉଁଥିରେ ଅଧାରୁ ଅଧିକ ପୋଷ୍ଟ ବିଜେଡି ସପକ୍ଷରେ କରାଯାଇଛି । ଯେଉଁଥିରୁ ପାଣ୍ଡିଆନ ଏବେ ବି ବିଜେଡିରେ ସକ୍ରିୟ ରହିଥିବା ସ୍ପଷ୍ଟ ହୋଇପଡୁଛି । ତେବେ ୨୦୨୪ ନିର୍ବାଚନରେ ବିଜେଡି ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ଏଥିପାଇଁ ପାଣ୍ଡିଆନଙ୍କୁ ଦାୟି କରାଗଲା । ଟିକେଟ ବଣ୍ଟାଠୁ ପ୍ରଚାର ପ ଯ୍ୟନ୍ତ ସବୁଠି ପାଣ୍ଡିଆନଙ୍କ ଏକଚାଟିଆ ପ୍ରଭାବ ରହିଥିବା ଦଳୀୟ ନେତା ମାନେ ମତବ୍ୟକ୍ତ କଲେ । ଏହାସହ ପାଣ୍ଡିଆନ ନିଜେ ଦେଇଥିବା ପ୍ରତିଶୃତିକୁ ପାଳନ କରିବାକୁ ଯାଇ ଜୁନ ୯ ତାରିଖରେ ସେ ସକ୍ରିୟ ରାଜନୀତିରୁ ଓହରିଗଲେ ବୋଲି ଘୋଷଣା କରିଥିଲେ । କିନ୍ତୁ ଏତେ ସବୁ ପରେ ବି ପାଣ୍ଡିଆନ ବିଜେଡି ସହିତ ଜଡିତ ଥିବା ଶାସକ ଦଳର ନେତାଙ୍କ ସହ ସାଧାରଣ ଜନତା ମତପ୍ରକାଶ କରୁଛନ୍ତି । ସେ ପ୍ରଚ୍ଛଦ ପଟରେ ରହି ବିଜେଡିକୁ ଚଳାଉଥିବା ଅନେକ କହୁଛନ୍ତି । ଆଉ ଏଭଳି ଆଶଙ୍କା ପାଣ୍ଡିଆନଙ୍କ ଏକ୍ସରେ କ୍ରମାଗତ ପୋଷ୍ଟ କରିବାରୁ ବାରି ହୋଇପଡୁଛି । ତେବେ ସେ ମହାନଦୀ ପ୍ରସଙ୍ଗରେ କିଛି ଦିନ ପୂବରୁ ଟ୍ୱିଟ କରିଥିଲେ । ଏବଂ ଟ୍ୱିଟ ମାଧ୍ୟମରେ ସେ ବିଜେପିକୁ ଟାଗେଟ କରିଥିଲେ । ଏବଂ ବାହାନା ଖୋଜିବା ବଦଳରେ ବିଜେପି ମହାନଦୀର ସମାଧାନ କରୁ ବୋଲି କହିଥିଲେ । ଏହା ସହ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଂଶସା କରିଥିଲେ । ତାଙ୍କ ଉଦ୍ୟମ ଯୋଗୁଁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇପାରିଥିଲା ବୋଲି ସେ ଟ୍ୱିଟ କରିଥିଲେ । ତେବେ ରାଜନୀତିରୁ ଓହରିବା ପରେ ବି ପାଣ୍ଡିଆନଙ୍କର ଏଭଳି ଟ୍ୱିଟ୍ ଏବେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଅନ୍ୟପଟେ ଏ ଏକ୍ସ ଆକାଉଣ୍ଟ ପାଣ୍ଡିଆନଙ୍କର କି ନୁହେଁ ସେନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାହିଁକି ନା ପାଣ୍ଡିଆନ ନିଜ ଇନଷ୍ଟା ଆକାଉଣ୍ଟରେ ଭିକେ ପାଣ୍ଡିଆନ ଲେଖିଥିବା ବେଳେ ଏକ୍ସରେ କେବଳ କାର୍ତ୍ତିକ ପାଣ୍ଡିଆନ ଲେଖିବା ଏବଂ କାହାକୁ ବି ଫଲୋ ନକରିବା ସେଦିଗରେ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି । ତେବେ ପାଣ୍ଡଆନ ସତରେ ଏକ୍ସରେ ଆକ୍ଟିଭ ଅଛନ୍ତି ନା ତାଙ୍କ ନାଁରେ ଫେକ ଆଇଡି ଖୋଲାଯାଇ ତାଙ୍କୁ ଫସାଇ ଦିଆଯାଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *