ଆଜି ଅଣସରର ତ୍ରୟୋଦଶୀ ତିଥିରେ ହେବ ଘଣା ଓ ଖଳି ପ୍ରସାଦ ଲାଗି..

ଆଜି ଅଣସରର ତ୍ରୟୋଦଶୀ ତିଥିରେ ହେବ ଘଣା ଓ ଖଳି ପ୍ରସାଦ ଲାଗି..

ସୁସ୍ଥ ହୋଇଛନ୍ତି ମହାପ୍ରଭୁ ଗଜପତି ମହାରାଜାଙ୍କୁ ଶ୍ରୀଜିଉଙ୍କ ସୁସ୍ଥ ହେବା ଖବର ଦିଆଯିବା ପରେ ରାଜପ୍ରାସାଦ ବିଜେ ସମ୍ପନ୍ନ ହୋଇଛି ।

ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହେବ ।ଆଜି ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଶୁଦ୍ଧ ସୁଆରଙ୍କଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୁପା ପିଂଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିବେ ।

ଶୁଦ୍ଧସୁଆର ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ଆଜି ବିଳମ୍ବିତ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଦଇତାପତି ମାନେ ଲାଗି କରିବେ ।

×

Advertisement

author

Related Articles

Leave a Reply

Your email address will not be published. Required fields are marked *