ଭୋରୁ ଭୋରୁ ଝାମ୍ପିନେଲେ ୪ ଭରି ସୁନା

ଭୋରୁ ଭୋରୁ ଝାମ୍ପିନେଲେ ୪ ଭରି ସୁନା

ବୃଦ୍ଧାଙ୍କ ବେକରୁ ୪ ଭରି ସୁନା ଓ ଏକ ଭରି ରୂପା ଗହଣା ଝାମ୍ପି ନେଲା ଦୁର୍ବୁତ୍ତ । ରାୟଗଡା ପୋୖରାଞ୍ଚଳ ଜଗନ୍ନାଥ ମନ୍ଦିର ନିକଟରେ ଥିବା ନିଜ ଘରୁ ଭୋର ୩ ଟା ସମୟରେ ଶୌଚ ନିମନ୍ତେ ବାହାରକୁ ଆସିଥିଲେ ବୃଦ୍ଧା ମହିଳା ବି. ଅନୁସୟା। ଘରକୁ ଯିବା ସମୟରେ ହଠାତ ଏକ ଦୁର୍ବୁତ୍ତ ଆସି ତାଙ୍କ ବେକରୁ ଚେନ ଝାମ୍ପି ନେଇ ଚାଲି ଯାଇଥିଲା। ସୂଚନା ଅନୁଯାୟୀ, ରାୟଗଡ଼ ସହରର ରଥ ଶାଳା ଛକ ନିକଟସ୍ତ ବାସିନ୍ଦା ବି.ଅନୁଷୟା ନାମକ ବୃଦ୍ଧା । ବୟସ 75 ବର୍ଷ । ବୁଧୁବାର ଭୋର 3ଟା ବେଳେ ନିଜ ଦୋକାନ ସମ୍ମୁଖରେ ଠିଆ ହୋଇ ଥିବା ବେଳେ, ଉକ୍ତ ସମୟରେ ଜଣେ ଅଜଣା ଯୁବକ ପୁଡିଆ କିଣିବା ବାହାନା ରେ ଆସିଥିଲା । ଉକ୍ତ ବୃଦ୍ଧଙ୍କୁ ପାନ ପୁଡିଆ ଦିଅନ୍ତୁ କହି ବରାଦ କରିଥିଲା । ବୃଦ୍ଧା ଜଣକ ଭୋର ସକାଳୁ କି ପାନ ପୁଡିଆ କହି ଯୁବକକୁ ପରେ ଆସ କହି ପଛ ପଟ ବୁଲି ଘର ଭିତରକୁ ଯାଉ ଥିବା ବେଳେ ଉକ୍ତ ସମୟରେ କେହି ଲୋକ ନଥିବା ସୁଯୋଗ ପାଇ ବୃଦ୍ଧାଙ୍କ ବେକରୁ ଝାମ୍ପି ନେଇ ଗଲା 4ଭରି ସୁନାର ମଙ୍ଗଳ ସୂତ୍ର ଓ ରୂପାର ମାଳି। ଦିନକୁ ଦିନ ରାୟଗଡ଼ ସହର ରେ ଏହିଭଳି ଘଟଣା ଚିନ୍ତା ବଢ଼ାଇବା ସହିତ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛି । ପରିବାର ପକ୍ଷରୁ ଏନେଇ ରାୟଗଡା ଟାଉନ ଥାନାରେ ଏତଲା ଦିଆଯାଇଛି। ଏତେଲା ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *