ନବୀନଙ୍କ ଚେୟାର ନେଇଗଲେ ମୋହନ

ନବୀନଙ୍କ ଚେୟାର ନେଇଗଲେ ମୋହନ

ରାଜ୍ୟରେ ଜୁନ ଚାରି ତାରିଖରେ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । 24 ବର୍ଷର ବିଜେଡି ସାମ୍ରାଜ୍ୟକୁ ଛାରକାର କରି ପ୍ରଥମ ଥର ପାଇଁ ଓଡିଶାରେ ବିଜେପି ସରକାର ଗଢିଛି । ଜୁନ 12 ତାରିଖରୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେଇଥିଲେ ସୁଦ୍ଧା ଲୋକସେବା ଭବନରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇନଥିଲେ । ରାଜ୍ୟ ଅତିଥି ଭବନରେ ରହି ନିଜର କାର୍ଯ୍ୟ ସଂପାଦନ କରୁଥିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ପୂଜାଚର୍ଚ୍ଚନା କରି ଆନୁଷ୍ଟାନିକ ଭାବେ ଲୋକସେବା ଭବନରେ ରହିଥିବା ସିଏମଓ ପ୍ରକୋଷ୍ଠରେ ପ୍ରବେଶ କରିଛନ୍ତି ମୋହନ ମାଝୀ । ଦୀର୍ଘ 24 ବର୍ଷ ହେବ ଯେଉଁ ସିଟରେ ନବୀନ ପଟ୍ଟନାୟକ ବସିଆସୁଥିଲେ ସେ ସିଟରେ ଆଜି ଅନ୍ୟ.ଜଣେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ନେଇଛନ୍ତି । ଯେଉଁଥିପାଇଁ କିଛି ନୂଆ ରୂପରେ ସଜେଇ  ହୋଇଛି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟାଳୟ । ଲୋକସେବା ଭବନରେ ରହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଥମ ଥର ପାଇଁ ଗତକାଲି ବସିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କକ୍ଷ ଯେଉଁଭଳି ରହିଥିଲା ଏବେ ଆଉ ସେହିଭଳି ନାହିଁ । ଦୀର୍ଘ 24 ବର୍ଷ ହୋଇଯିବ ଏହିଠାରୁ ବସି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଶାସନ କରୁଥିଲେ । କିନ୍ତୁ ଏବେ ନୂଆ ସରକାର ଆସିବା ପରେ ସବୁ ଏପଟ ସେପଟ ହୋଇଯାଇଛି । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆସବାବ ପତ୍ର ବଦଳାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚେୟାରର ମୁହଁ ଯେଉଁ ଦିଗକୁ ରହିଥିଲା ମୋହନଙ୍କ ଚେୟାର କିନ୍ତୁ ସେହି ଦିଗକୁ ରହିନାହିଁ । ତେବେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ମଧ୍ୟ ଧୀରେ ଧୀରେ ସବୁ କିଛି ବଦଳିବାକୁ ବସିଲାଣି ।

author

Related Articles

Leave a Reply

Your email address will not be published. Required fields are marked *