ଲେଖା ପଢା ନଜାଣିବା ପଡିଲା ମହଙ୍ଗା…ଚାଲିଗଲା ସରପଞ୍ଚ ପଦ

ଲେଖା ପଢା ନଜାଣିବା ପଡିଲା ମହଙ୍ଗା…ଚାଲିଗଲା ସରପଞ୍ଚ ପଦ

ଗଜପତି ଜିଲ୍ଲା ମୋହନା ବ୍ଳକ ଚାନ୍ଦିପୁଟ ପଞ୍ଚାୟତ ସରପଞ୍ଚ କନକଲତା ପାଲ୍ ଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ଶୁଭଜିତ ବେହେରା l ଲେଖା ପଢା ଜାଣିନଥିବା ଯୋଗୁଁ ସରପଞ୍ଚଙ୍କ ବିରୋଧରେ ଅଦାଲତର ଆଶ୍ରୟ ନେଇଥିଲେ ତାଙ୍କ ପ୍ରତିଦ୍ବନ୍ଦି ଲଳିତା ବଡରଇତ l ଏହାର ରାୟ ଶୁଣାଇଛନ୍ତି ମାନ୍ୟବର ବିଚାରପତି l ଗତ 2022 ପଞ୍ଚାୟତ ନିର୍ବାଚନରେ ଚାନ୍ଦିପୁଟ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ କନକଲତା ପାଲ, ଲଳିତା ବଡ଼ରଇତଙ୍କ ସହ ୫ ଜଣ ପ୍ରତିଦ୍ବନ୍ଦୀତା କରିଥିଲେ l ତେବେ ପ୍ରାର୍ଥୀପତ୍ର ଯାଞ୍ଚ ବେଳେ କନକଲତା ଲେଖାପଢ଼ା ଜାଣୁନାହାନ୍ତି ତେଣୁ ତାଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ ଲଳିତା l ସେତେବେଳେ ବିଡ଼ିଓ ଏହି ଅଭିଯୋଗକୁ ଖାରଜ କରିଦେଇଥିଲେ l ନିର୍ବାଚନ ପରେ କନକଲତା ଅଧିକ ଭୋଟ ପାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ l ଏହାପରେ ଲଳିତା ଏନେଇ ଅଦାଲତର ଆଶ୍ରୟ ନେଇଥିଲେ l ନିର୍ବାଚନ ପିଟିସନ କେସ ନମ୍ବର ୮/୨୨ରେ ମାମଲାର ବିଚାରଣ ଆରମ୍ଭ ହୋଇଥିଲା l ଅଭିଯୋଗ କାରି ଲଳିତାଙ୍କ ପକ୍ଷରୁ ଆଇନଜୀବୀ ସନ୍ତୋଷ ପାଢ଼ୀ ମୋକଦମl ପରିଚାଳନା କରିଥିବା ବେଳେ ସରପଞ୍ଚ କନକଲତା ଙ୍କ ପକ୍ଷରୁ ଆଇନଜୀବୀ ସୂଚିତ ନାୟକ, ସୁଶାନ୍ତ ମଲ୍ଲିକ ପରିଚାଳନା କରିଥିଲେ l ଦୀର୍ଘ ଦୁଇ ବର୍ଷ ବିଚାରଣ ପରେ ଏହାର ରାୟ ଶୁଣାଇଛନ୍ତି ମୋହନା ମାନ୍ୟବର ବିଚାରପତି l ବିଚାରଣ ବେଳେ ସରପଞ୍ଚ କନକଲତା କିଛି ପଢି ପାରିଥିବା ବେଳେ ଲେଖିପାରିନଥିଲେ l ତେଣୁ ମାନ୍ୟବର କୋର୍ଟ ସମସ୍ତ ସାଖ୍ୟ ପ୍ରମାଣକୁ ଆଧାର କରି ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ପୁନଃ ନିର୍ବାଚନ ପାଇଁ ରାୟ ମିଳିଛି ବୋଲି ପ୍ରତିପକ୍ଷ ଲଳିତାଙ୍କ ଓକିଲ ସନ୍ତୋଷ ପାଢ଼ୀ କହିଛନ୍ତି l ରାୟ ପ୍ରକାଶ ପରେ ଅଭିଯୋଗ କାରି ଲଳିତା ଖୁସି ବ୍ୟକ୍ତ କରିଛନ୍ତି, ଅନ୍ୟ ପକ୍ଷରେ ଏହି ରାୟ ବିରୋଧରେ ଉପର କୋର୍ଟ କୁ ଯିବି ବୋଲି କହିଛନ୍ତି କନକଲତା l

author

Related Articles

Leave a Reply

Your email address will not be published. Required fields are marked *