ଲକ୍ଷ୍ମୀ ବସ ନାମ ଓ ରଙ୍ଗ ବଦଳାଇବା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି

ଲକ୍ଷ୍ମୀ ବସ ନାମ ଓ ରଙ୍ଗ ବଦଳାଇବା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି

ରାଜ୍ୟରେ ବିଜେପି ସରକାର ହେବା ପରେ ବଦଳିଛି ଓଡିଶାର ରାଜନୈତିକ ପାଣିପାଗ । ସରକାର ବଦଳିବା ସହିତ ବିଭିନ୍ନ ପରିବର୍ତ୍ତନ ମଧ୍ୟ ହେଉଛି । ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜୁ ଜନତା ଦଳ । ଯୋଜନାର ରଙ୍ଗ ଓ ନାଁ ପରିବର୍ତ୍ତନ କଲେ, ବିଜେଡି ବିରୋଧ କରିବ ଓ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ବିଜେପି ରାଜ୍ୟବାସୀଙ୍କୁ ନୂଆ ଯୋଜନା ଓ ସେବା ଦେବେ ବୋଲି କହିଥିଲେ, ହେଲେ କଣ କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ ଯୋଜନା କରିଥିଲେ। କିଛି ନୂଆ ଯୋଜନା କି ସେବା କରୁନାହାନ୍ତି ନୂଆ ସରକାର। ବିଜେଡି ଯୋଜନାରେ ରଙ୍ଗ ଲଗାଇ କି ଛପା ଲଗାଇଲେ ସଫଳ ହେବେନି। କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କରନ୍ତୁ। କେଉଁ ନିଷ୍ପତିରେ ନାଁ ଓ ରଙ୍ଗ ଓ ଫଟୋ ବଦଳା ଗଲା, ତା ଜବାବ ଦିଅନ୍ତୁ ବିଜେପି ସରକାର ବୋଲି ବିଜେଡି ଦାବିକରିଛି।

author

Related Articles

Leave a Reply

Your email address will not be published. Required fields are marked *