ରତ୍ନବେଦୀରୁ ବଡଦାଣ୍ଡକୁ ଓହ୍ଲାଇଆସିବେ ମହାବାହୁ

ରତ୍ନବେଦୀରୁ ବଡଦାଣ୍ଡକୁ ଓହ୍ଲାଇଆସିବେ ମହାବାହୁ

ଆଜି ହେଉଛି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ପୁଣିଥରେ ବର୍ଷକ ପରେ ବଡ଼ଦାଣ୍ଡରେ ହେବାକୁ ଯାଉଛି ଭକ୍ତ-ଭଗବାନଙ୍କର ଅପୂର୍ବ ମିଳନ।ସାଢେ ଚାରିକୋଟି ଓଡିଆଙ୍କ ମଉଡମଣି ଆଜି ରଥାରୂଢ ହୋଇ ବଡ ଦାଣ୍ଡକୁ ଓହ୍ଲାଇ ଆସିବେ । ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀରୁ ଓହ୍ଲାଇ ବାହାରକୁ ଆସିବେ ଭଇଭଉଣୀ ଓ ଆୟୁଧ ସୁଦର୍ଶନଙ୍କ ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ସେହି ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇଛି ସମ୍ପୂର୍ଣ୍ଣ ବଡଦାଣ୍ଡ । ଦେଶ ବିଦେଶରୁ ଛୁଟୁଛି ଭକ୍ତଙ୍କ ସୁଅ । ମହାବାହୁଙ୍କ ବାଟ ଚାହିଁ ରହିଛନ୍ତି ୩ ରଥ । କେତେବେଳେ ମହାବାହୁ ଆସିବେ ତାଙ୍କୁ ପୂର୍ଣ୍ଣ କରିଦେବେ । ମାନବୀୟ ଲୀଳା ଖେଳିବେ ମହାବାହୁ। ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ କରିବେ ନବଦିନାତ୍ମକ ଯାତ୍ରା। ପତିତଜନଙ୍କୁ ଉଦ୍ଧାରିବା ପାଇଁ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା । ରଥାରୂଢ଼ ହୋଇ ଆଶୀର୍ବାଦର ବର୍ଷା କରିବେ ଭାବବିନୋଦିଆ ସେହି କଳାଠାକୁର। ଏଥିପାଇଁ ଠାକୁରଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ। ଅପରପକ୍ଷେ ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା। ଅପରାହ୍ୱ ୧ଟାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ସମ୍ପନ୍ନ ହେବ। ପରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ। ସୋମବାର ଜୁଲାଇ ୮ ତାରିଖରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *