ବିହାରରେ ତାଣ୍ଡବ ରଚିଲା ବର୍ଷା

ବିହାରରେ ତାଣ୍ଡବ ରଚିଲା ବର୍ଷା

ବିହାରରେ ତାଣ୍ଡବ ରଚିଲା ବର୍ଷା । ଚାଲିଗଲା ୯ ଜୀବନ । ଗତ ୨୪ ଘଣ୍ଟାରେ ବର୍ଷା ସହ ବଜ୍ରପାତ କାରଣରୁ ବିହାରର ୬ଟି ଜିଲ୍ଲାରେ ୯ ଜଣ ପ୍ରାଣ ହରାଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଘଟଣାରେ ଦୁଖ ପ୍ରକାଶ କରିଛନ୍ତି । ବଜ୍ରପାତରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି । ତେବେ ଗତ କିଛି ଦିନ ଧରି ବିହାରର ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ମଧ୍ୟ ବିହାର ରେ ଆକାଶ ମେଘୁଆ ରହିବ ଓ ଥରେ କିମ୍ବା ଦୁଇଥର ବର୍ଷା ସହ ବଜ୍ରପାତ ମଧ୍ୟ ହେବ । ଆଜି ସନ୍ଧ୍ୟା ପର‌୍ୟ୍ୟନ୍ତ ସରନ, ପାଟଣା, ଭୋଜପୁର, ରୋହତାସ, ଜହାନାବାଦ, ଗୟା ଓ ନୱାଡା ଜିଲ୍ଲାର କିଛି ଅଂଚଳରେ ଅଳ୍ପ ବର୍ଷା ରହିବ ଏବଂ କିଛି ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସବୁ ଜିଲ୍ଲାମାନଙ୍କ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *