ସମୁଦ୍ର କୂଳରେ ବୁଲିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମୁଦ୍ର କୂଳରେ ବୁଲିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାଲି ପୁରୀରେ ରଥଯାତ୍ରା ଦେଖିବାକୁ ଆସିଥିଲେ ଏବଂ ପୁରୀ ରାଜଭବନରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦ ମୁର୍ମୁ । ଆଜି ପ୍ରାତଃରୁ ସେ ସମୂଦ୍ର କୂଳରେ ଭ୍ରମଣ କରୁଥିବାର ଦେଖିବାକୁ ମିଳିଥିଲା । ସମୁଦ୍ର କୂଳରେ ତାଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ ସୁରକ୍ଷା କର୍ମୀ । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ଯିବାକୁ ଅନୁମତି ନଥିଲା । ତେବେ ମହାମହିମଙ୍କୁ ଦେଖିବାକୁ ଦୂରରେ ଅପେକ୍ଷା କରିଥିଲେ ଅନେକ ଲୋକ ।

author

Related Articles

Leave a Reply

Your email address will not be published. Required fields are marked *