କିଏ ସେ ବିଜେଡିର ମୂଷା ?

କିଏ ସେ ବିଜେଡିର ମୂଷା ?

ବିଜେଡିର ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଛନ୍ତି ପାରଦୀପର ପୂର୍ବତନ ବିଧାୟକ ସମ୍ୱିତ ରାଉତରାୟ । ଚଳିତ ସାଧାରଣ ନିର୍ବାଚନରେ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ସମ୍ୱିତ ରାଉତରାୟଙ୍କ ବଦଳରେ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ ମିଳିଥିଲା । କିନ୍ତୁ ରାଜ୍ୟରେ ବିଜେଡିର ପରାଜୟ ସାଙ୍ଗକୁ ପାରାଦୀପରେ ମଧ୍ୟ ଗୀତାଞ୍ଜଳି ରାଉତରାୟଙ୍କୁ ହାର ମାନିବାକୁ ପଡିଥିଲା ।  ରବିବାର ଏକ ସାମ୍ୱାଦିକ ସମ୍ମିଳନୀ କରି ମୁହଁ ଖୋଲିଛନ୍ତି ସମ୍ୱିତ ରାଉତରାୟ । କହିଛନ୍ତି ନବୀନ ପଟ୍ଟନାୟକ ହାରି ନାହାନ୍ତି ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି । ଢୋଲ ଭିତରେ ମୂଷା ରହିଲେ ଏପରି ପରିସ୍ଥିତି ହେବ । ମୂଷା କିଏ ଆପଣ ଜାଣିଥିବେ. ଆଜି ନହେଲେ କାଲି ସେ ମୂଷା କଢ଼ା ହେବେ । ତେବେ ସମ୍ୱିତ ଏଭଳି ବୟାନ ପରେ ଏହି ମୂଷା ଉପାଖ୍ୟାନଟି କାହା ପାଇଁ ସମ୍ୱିତ ପ୍ରୋୟଗ କରିଥିଲେ ତାକୁ ନେଇ ଚର୍ଚ୍ଚା ଭିତରେ ଭିକେ ପାଣ୍ଡିଆନଙ୍କ ନାମ ସାମ୍ନାକୁ ଆସୁଛି । ଗୋଟିଏ ପଟେ ସୋସିଆଲ ମିଡିଆଠୁ ଶଙ୍ଖ ଭବନ ପର୍ଯ୍ୟନ୍ତ ସମସ୍ତେ ଭିକେ ପାଣ୍ଡିଆନଙ୍କୁ ଦାୟୀ କରୁଥିବା ବେଳେ ସମ୍ୱିତ ମଧ୍ୟ ନାଁ ନେଇ ପରୋକ୍ଷ ଭାବେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଦଳର ହାରିବା ପଛରେ ଅନେକ କାରଣ ମଧ୍ୟରୁ ଏହା ଏକ କାରଣ ବୋଲି ସେ ମଧ୍ୟ କହିଛନ୍ତି । ଜଣଙ୍କ ପରେ ଜଣେ ନେତା ପାଣ୍ଡିଆନଙ୍କ ବିରୁଦ୍ଧରେ ବାହାରୁଥିବା ବେଳେ ସମ୍ୱିତ ମଧ୍ୟ ସେହି ସମାନ କଥା କହିଲେ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢୁଛି ।

author

Related Articles

Leave a Reply

Your email address will not be published. Required fields are marked *