ଅନ୍ଧାରରେ ପାଣ୍ଡିଆନ ଦମ୍ପତ୍ତିଙ୍କ ଭବିଷ୍ୟତ ?

ଅନ୍ଧାରରେ ପାଣ୍ଡିଆନ ଦମ୍ପତ୍ତିଙ୍କ ଭବିଷ୍ୟତ ?

କୁଆଡେ ହଜିଯାଇଛନ୍ତି ପାଣ୍ଡିଆନ ଦମ୍ପତ୍ତି ? ଭିକେ ପାଣ୍ଡିଆନଙ୍କ ପରେ କୁଆଡେ ଚାଲିଗଲେ ପତ୍ନୀ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ ? ଏ ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ଚହଳ ପକାଇଛି । ବିଜେଡି ସରକାରରୁ ହଟିବା ପରେ ଉଭୟ ପାଣ୍ଡିଆନ ଏବଂ ତାଙ୍କ ପତ୍ନୀ ରାଜନୀତି ସହ ରାଜ୍ୟରୁ ହିଁ ନିଷ୍କ୍ରିୟ ହୋଇଯାଇଛନ୍ତି । ପ୍ରଥମେ ପାଣ୍ଡିଆନ ଗଣମାଧ୍ୟମ ସାମ୍ନାକୁ ଆସୁନଥିବା ବେଳେ ଏବେ ସୁଜାତା ମଧ୍ୟ ନଜର ଆସୁନାହାନ୍ତି । ତେବେ ସୁଜାତା ଜୁନ ମାସରୁ ଛୁଟିରେ ଯାଇଥିବା ସୂଚନା ରହିଛି । ନିଜ ଝିଅର ଦଶମ ପରୀକ୍ଷା ଥିବାରୁ ସେ ଚାଇଲ୍ଡ କେୟାର ଲିଭ୍ ନେଇ ଜୁନ୍ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଛୁଟିରେ ଅଛନ୍ତି । କିନ୍ତୁ ଅନେକ ଏହାକୁ ଏବେବି ବାହାନା ବୋଲି ମତପ୍ରକାଶ କରୁଛନ୍ତି । କାରଣ ବିଜେଡି ଆଉ ସରକାରରେ ନାହିଁ । ଏହା ସହ ସୁଜାତାଙ୍କ ସ୍ୱାମୀ ଭିକେ ପାଣ୍ଡିଆନ ମଧ୍ୟ ଆଉ ପାୱାରରେ ନାହାନ୍ତି । ନା ସେ ଆଇଏଏସ ପଦରେ ଅଛନ୍ତି ନା ବିଜେଡିରେ କାଯ୍ୟ କରୁଛନ୍ତି । କିନ୍ତୁ ସୁଜାତା ଏବେ ବି ବଡ ପଦବୀରେ ସ୍ଥାନିତ ଅଛନ୍ତି । ଆଇଏଏସ ପଦରେ ରହିବା ସହିତ ଏକ ଗୁରୁତ୍ୱପୂଣ୍ଣ ବିଭାଗ ତାଙ୍କ ହାତରେ ରହିଛି । ନିର୍ବାଚନ ପୂର୍ବରୁ ବିଜେପିର ଅଭିଯୋଗ କ୍ରମେ ସୁଜାତାଙ୍କୁ ମିଶନ ଶକ୍ତି ପଦରୁ ହଟାଇ ଦିଆଯାଇ ତାଙ୍କୁ ଅର୍ଥ ବିଭାଗର ମୁଖ୍ୟ ସଚିବ ପଦ ଦିଆଗଲା । ଯେଉଁଥିରେ ସୁଜାତା ଅସନ୍ତୁଷ୍ଟ ଥିଲେ । ଏବଂ ଚୁପ ରହିଥିଲେ । ଆଉ ଏହା ପରେ ପରେ ବିଜେଡି ଶାସନ ଗାଦିରୁ ଗାଦିଚ୍ୟୁତ ହୋଇଗଲା । ଯାହା ପରଠାରୁ ଉଭୟ ପାଣ୍ଡିଆନ ଏବଂ ସୁଜାତା ସମସ୍ତଙ୍କ ନଜରରୁ ଲୁଚି ରହିଲେ । ସରକାର ବଦଳିବା ପରଠାରୁ ହିଁ ଉଭୟଙ୍କର ଛାଇ ବି ଦେଖିବାକୁ ମିଳୁନି । ନା ସେ ରାଜଧାନୀରେ ନଜର ଆସୁଛନ୍ତି ନା ଅନ୍ୟ କୌଣସି କାଯ୍ୟକ୍ରମରେ ଉଭୟଙ୍କର ଦେଖା ମିଳୁଛି । ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଛି ଯେ, ଉଭୟ ପାଣ୍ଡିଆନ ଦମ୍ପତ୍ତି ରାଜ୍ୟରୁ ଦୂରେଇ ଗଲେ ବୋଲି । ତେବେ ରାଜନୈତିକ ସମୀକ୍ଷକମାନେ ଏବେ ବି ପାଣ୍ଡିଆନ ବିଜେଡି ସହ ରହିଥିବା ଆକଳନ କରୁଥିବା ବେଳେ ସୁଜାତା ମଧ୍ୟ ଏଥିରେ ସାମିଲ ଥିବା ଆଶଙ୍କା କରାଯାଉଛି । ତେବେ ଦେଖାଯାଉ କେବେ ଏହି ଦମ୍ପତ୍ତି ସାମ୍ନାକୁ ଆସୁଛନ୍ତି ଏବଂ ଏମାନଙ୍କ ଭବିଷ୍ୟତ କଣ ହେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *