ଉଗ୍ର ରୂପ ଧାରଣ କରୁଛି ବିଜେଡି !

ଉଗ୍ର ରୂପ ଧାରଣ କରୁଛି ବିଜେଡି !

ରାଜ୍ୟରେ ବିଜେଡିର 24 ବର୍ଷର ସାମ୍ରାଜ୍ୟକୁ ଧୂଳିଶାତ କରି ପ୍ରଥମ ଥର ପାଇଁ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ସେପଟେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିଛି 24 ବର୍ଷ ଧରି ଶାସକ ଦଳ ଆସନରେ ବସିଥିବା ବିଜୁ ଜନତା ଦଳ । ବିଧାନସଭାରେ 51ଟି ସିଟ୍ ବିଜେଡି ପାଇଥିବା ବେଳେ ଲୋକସଭା ସିଟ ହାସଲ କରିବାରେ ଅସଫଳ ହୋଇଛି ବିଜୁ ଜନତା ଦଳ । ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ଯେଉଁ ଶୋଚନୀୟ ପରାଜୟ ଘଟିଲା ଏବେ ପର୍ଯ୍ୟନ୍ତ ବିଜେଡି ମଧ୍ୟ ତାର ସମୀକ୍ଷା କରିପାରୁନାହିଁ । ବିଜେଡିର ତୁଙ୍ଗ ନେତାଙ୍କୁ ନେଇ ଘନ ଘନ ବୈଠକ ବସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ବି ବିଜୁ ଜନତା ଦଳକୁ ତାର ପରାଜୟର କାରଣ ମିଳିପାରିନାହିଁ । ସେପଟେ ବର୍ଷ ତମାମ ଶାସକ ଦଳକୁ ଘେରିବା ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ସାମ୍ନାକୁ ଆସୁଛନ୍ତି ବିଜେଡିର ସିନିୟର ନେତା । ରଣନୀତି ବଦଳାଇ ନୂଆ ନୂଆ ଷ୍ଟ୍ରାଟେଜି ଆଣି ଉଗ୍ର ରୂପ ଧାରଣ କରୁଛି । ରାଜ୍ୟସଭାରେ ବିଜେପିକୁ ବିରୋଧ କରି ବିଜେଡି ସାଂସଦ ମାନେ କକ୍ଷ ତ୍ୟାଗ କରୁଥିବା ବେଳେ ଆଗାମୀ ଜୁଲାଇ 22ରୁ ଅଧିବେଶନ ବସିବାକୁ ଯାଉଛି । ଯେଉଁଥିରେ ପ୍ରଥମ ଥର ପାଇଁ ବିଜେଡି ବିରୋଧି ଭୂମିକାରେ ବସିଛି । ତେବେ ଆଗକୁ ବିଧାନସଭା ଅଧିବେସନରେ ବିଜେଡି ଯେଉଁ ଉଗ୍ର ରୂପ ଧାରଣ କରିବ ତାହା ଉପରେ ସଭିଙ୍କ ନଜର ରହିଛି । ଅନ୍ୟପଟେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ତାହା କମିବା ବଦଳରେ ବଢିବାରେ ଲାଗିଛି । ଆହୁରି ମଧ୍ୟ ବିଜେଡିର ବଡ ବଡୁଆ ନେତାଙ୍କୁ ଏଥର ପରାଜୟ ହେବାକୁ ପଡିଛି,ବିଧାନସଭାରେ ମୁଖ୍ୟ ଭୂମିକା ତୁଲାଉଥିବା କେତେକ ନେତାଙ୍କୁ ଏଥର ବିଧାନସଭାରେ ସ୍ଥାନ ମିଳିଲାନି । ତେବେ ଆଗକୁ ବସିବାକୁ ଥିବା ବିଧାନସଭା ଅଧିବେଶନରେ ବିଜେଡି ବିରୋଧି ଭାବେ କିଭଳି ଭୂମିକା ନିର୍ବାହ କରୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *