ଭଞ୍ଜନଗରରେ ପୁଣି ବାଘ ଆତଙ୍କ

ଭଞ୍ଜନଗରରେ ପୁଣି ବାଘ ଆତଙ୍କ

ଭଞ୍ଜନଗରରେ ପୁଣି ବାଘ ଆତଙ୍କ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବୁଲୁଛି ଏକ ମହାବଳ ବାଘ । ଗାଁ କୁ ଗାଁ ବୁଲିବା ସହ ଗାଈ ବାଛୁରୀକୁ ଶିକାର କରୁଥିବା ଗ୍ରାମବାସୀ ମତପ୍ରକାଶ କରିଛନ୍ତି । ଏହା ସହ ବିପଦ ସଙ୍କୁଳ ଅବସ୍ଥାରେ ବସବାସ କରୁଥିବା ଅଭିଯୋଗ କରିଛନ୍ତି । ସେପଟେ ବାଘକୁ ବନବିଭାଗର କ୍ୟାମେରା ଠାବ କରିପାରୁନଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ଅଧୀନରେ ଥିବା ମୁଜାଗଡ଼, ଜଗନ୍ନାଥପ୍ରସାଦ, କେନ୍ଦ୍ରୀୟ ବନାଞ୍ଚଳରେ ଚାରି ମାସ ହେବ ଏକ ମହାବଳ ବାଘ ବୁଲୁଛି । ବନ୍ତା, ବୁଦୁଲି, ଖଣ୍ଡିକୋଟ, ଦିଗୀ, କେଶରା ଭଳି ୧୫ଟି ଗାଁରେ ଏହି ବାଘ ପଶି ଗାଈ, ବାଛୁରୀ, ମଇଁଷିକୁ ମାରି ଖାଇଛି । ବାଘ ଗୃହ ପାଳିତ ପଶୁକୁ ମାରି ଖାଉଥିବା ଖବର ପ୍ରଚାର ହେବା ପରେ ଗୋପାଳକ ଓ ସ୍ଥାନୀୟ ଲୋକଙ୍କ ମନରେ ଛନକା ପଶିଛି । ବନ ବିଭାଗ ତୁରନ୍ତ ବାଘକୁ ଘଞ୍ଜ ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *