କଣ୍ଟେନରରେ ହେଉଛି ଗଞ୍ଜେଇ ଚାଲାଣ

କଣ୍ଟେନରରେ ହେଉଛି ଗଞ୍ଜେଇ ଚାଲାଣ

ଗଜପତି ଅଞ୍ଚଳରୁ ତାମିଲ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ।ବିଶେଷ ସୂତ୍ରରୁ ଖବର ପାଇ ପୋଡ଼ାମାରି ମଣୀକେଶ୍ୱରୀ ପଲଟି ଫାର୍ମ ଠାରେ ନିକଟରେ ଓଡ଼ି ୧୦ବି ୪୮୦୦ନମ୍ବର ବିଶିଷ୍ଟଏକ କାର କୁ ଅଟକାଇବା ପରେ କାର ରୁ ତିନୋଟି ବସ୍ତା ରୁ ୯୬ କେଜି ଗଞ୍ଜେଇ ଜବତ ପରେ ସେଥିରେ ଥିବା ଦୁଇ ଅଭିଯୁକ୍ତ କୁ ଜେରା କରିବା ପରେ ଗୋଟେ ଟିଏନ୨୨ଡିଏମ ୬୬୭୮କଣ୍ଟେନର ରେ ଗଞ୍ଜାଇ ଥିବା ଜାଣିବାକୁ ପାଇଥିଲା ପୋଲିସ।ପରେ ଅଭିଯୁକ୍ତକୁ ଅଧିକା ଜେରା ପରେ ଏକ ସିକ୍ରେଟ ଚାମ୍ବର ରୁ ୩୨୦ କେଜି ଗଞ୍ଜେଇ ଜବତ କରିଛି ଗୁଇନ୍ଦା ପୋଲିସ।ମୋଟ ୪୧୬ କିଲୋ ଗଞ୍ଜେଇ ଜବତ ସହିତ ୪ ଜଣଙ୍କୁ ଗିରଫ କରିଛି ଅବକାରୀ।ଗିରଫ ମାନଙ୍କ ମଧ୍ୟରେ ରାୟଗଡା ର ନବୀନ ଚନ୍ଦ୍ର ପାତିକ, ବୁଲୁ1ମଲ୍ଲିକ, ତାମିଲନାଡୁ ଭେଲା ପଣ୍ଡି, ସୁନୀଲ ମାଝୀ ଗଜପତି ଅଞ୍ଚଳରୁ ରହିଥିବା ଜଣାପଡିଛି।।ଗଞ୍ଜେଇ ର ଆନୁମାନିକ ମୂଲ୍ୟ୪୧ ଲକ୍ଷ ରହିଥିବା ବେଳେ କଣ୍ଟେନର କାର ମୂଲ୍ୟ ମିଶାଇ ଆନୁମାନିକ ୫୭ ଲକ୍ଷ ହେବ ବୋଲି ଗୁଇନ୍ଦା ଅତିରିକ୍ତ ଅଧିକ୍ଷକ ସ୍ନେହଳତାନାୟକ କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *