ପାଣ୍ଡିଆନଙ୍କ ଠାରୁ ପ୍ରତିଶୋଧ ନେବେ ଶ୍ରୀମୟୀ !

ପାଣ୍ଡିଆନଙ୍କ ଠାରୁ ପ୍ରତିଶୋଧ ନେବେ ଶ୍ରୀମୟୀ !

ବିଜେଡିରେ ହେଲା ଶ୍ରୀମୟୀଙ୍କ ଏଣ୍ଟ୍ରି । ଏବେ ଗୋଟି ଗୋଟିର ହିସାବ କରିବେ ଶ୍ରୀମୟୀ ଅପା । ହଁ ଦର୍ଶକବନ୍ଧୁ ଗତକାଲି ବିଜେଡିର ନବକଳେବର ପରେ ଶ୍ରୀମୟୀ ମିଶ୍ରଙ୍କୁ ଦଳରେ ମିଳିଛି ଏକ ନୂଆ ଦାୟିତ୍ୱ । ରାଜ୍ୟ ମୁଖପାତ୍ର ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀମୟୀ ମିଶ୍ରଙ୍କୁ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଶ୍ରୀମୟୀଙ୍କୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଭିତରେ ଏବେ ପୁଣିଥରେ ସେ ନିଜ ଦଳକୁ ଫେରିବାକୁ ଯାଉଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଭୁବନେଶ୍ୱର ଲୋକସଭା ଆସନରୁ ଟିକେଟ ଦିଆଯିବ ବୋଲି କୁହାଯାଇଥିଲା କିନ୍ତୁ ଶେଷରେ ମନ୍ମଥଙ୍କୁ ଟିକେଟ ମିଳିବା ପରେ ରାଜ୍ୟ ରାଜନୀତିରୁ ଗାଏବ ହୋଇଯାଇଥିଲେ ଶ୍ରୀମୟୀ ଅପା । ମାନଭଞ୍ଜନ କରିବା ପାଇଁ ବିଜୁ ଜନତା ଦଳ ଯେତେ ଚେଷ୍ଟା କରିଥିବା ସତ୍ତ୍ୱେ ଶ୍ରୀମୟୀଙ୍କ ଅଭିମାନ ଆଗରେ ହାର ମାନିବାକୁ ପଡିଥିଲା । ତେବେ ଚର୍ଚ୍ଚା ହେଉଛି ଶ୍ରୀମୟୀଙ୍କ ଟିକେଟ କାଟିବା ପଛରେ ରହିଛି ପାଣ୍ଡିଆନଙ୍କ ହାତ । ଯାହାର କଡା ଜବାବ ଦେବା ପାଇଁ ଏବେ ଫୁଲ ଜୋସରେ ଶ୍ରୀମୟୀ ମିଶ୍ର । ନୂଆ ଦାୟିତ୍ୱ ମିଳିବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ବିଜେଡିକୁ ରିଟର୍ଣ୍ଣ ଆସିବାର ସଙ୍କେତ ଦେଇଛନ୍ତି । ବିଜେଡି ସରକାରରେ ଥିବା ସମୟରେ ଶ୍ରୀମୟୀ ଅପା ବିରୋଧିଙ୍କୁ ନିଜର ବାକ୍ୟ ବାଣରେ ଟାର୍ଗେଟ କରୁଥିଲେ । ଆଉ ଏବେ ନିଜେ ବିରୋଧି ସାଜି ଶାସକ ଦଳକୁ କରିବେ ଘାଇଲା । ଏବଂ ଚଳିତ ସାଧାରଣ ନିର୍ବାଚନରେ ତାଙ୍କ ପ୍ରତି ଯେଉଁ ଅନ୍ୟାୟ ହେଲା ତାର ଗୋଟି ଗୋଟି କରି ହିସାବ ନେବେ ବିଜେଡି ନେତ୍ରୀ । ତେବେ ଦେଖିବାକୁ ଅପେକ୍ଷା କେଉଁଦିନ ଶଙ୍ଖଭବନରେ ଶ୍ରୀମୟୀ ଅପାଙ୍କ ପାଦ ପଡିବ ଏବଂ ଶାସକ ଶିବିରରେ କମ୍ପନ ସୃଷ୍ଟି ହେବ ।

author

Related Articles

Leave a Reply

Your email address will not be published. Required fields are marked *