ବଢିଲା ଅଭିନେତ୍ରୀ ରିୟା ଦେ’ଙ୍କ ଅଡୁଆ

ବଢିଲା ଅଭିନେତ୍ରୀ ରିୟା ଦେ’ଙ୍କ ଅଡୁଆ

ଅଡୁଆରେ ପଡିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ଆଉ ଏବେ ତାଙ୍କ ଅଡୁଆ ଆହୁରି ବଢିଛି । ରିୟାଙ୍କ ବିରୋଧରେ ତାଙ୍କ ଘରୋଇ ସହାୟିକା କରିଥିବା ମାମଲା କଟକ ବିଡାନାସୀ ଥାନାକୁ ପଠାଯାଇଛି । ରିୟା ଏବଂ ତାଙ୍କ ସ୍ୱାମୀ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ତାଙ୍କ ଘରୋଇ ସହାୟିକା ଅଭିଯୋଗ ଆଣିଥିଲେ । ଯୁବତୀ ଜଣକ କେୟାର ଟେକର ହିସାବରେ ରିୟାଙ୍କ ଘରେ କାମ କରୁଥିଲେ । ହେଲେ ରିୟାଙ୍କ ସ୍ୱାମୀ ମଦ ବୋତଲରେ ତାଙ୍କୁ ବାଡେଇଥିବା ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଦେଢ ବର୍ଷ ହେବ ଯୁବତୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ଆଉ ଏବେ ଏହି ମାମଲା ଦିନକୁ ଦିନ ଉଗ୍ର ରୂପ ନେଉଥିବା ସହ ରିୟାଙ୍କ ପାଇଁ ପରିସ୍ଥିତି ଆହୁରି ଅଡୁଆ ହେଉଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *