ବଢିଲା ଟଙ୍କଧରଙ୍କ ଅଡୁଆ ହାଇକୋର୍ଟରେ ଦୀପାଳି

ବଢିଲା ଟଙ୍କଧରଙ୍କ ଅଡୁଆ ହାଇକୋର୍ଟରେ ଦୀପାଳି

ଦିନକୁ ଦିନ ରୋଚକ ମୋଡକୁ ଗତି କରୁଛି ଝାରସୁଗୁଡାର ରାଜନୈତିକ ପାଣିପବନ । ହଁ ଆଜ୍ଞା ଉପନିର୍ବାଚନରେ ବିଜୟ ହାସଲ କରିଥିବା ସ୍ୱର୍ଗତ ନବଦାସଙ୍କ ଝିଅ ଚଳିତ ସାଧାରଣ ନିର୍ବାଚନରେ ତାଙ୍କର ଯେଉଁ ପରାଜୟ ହେଲା ତାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମାତ୍ର ଏକ ହଜାର ତିନିଶହ ତେତିଶି ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ହାର ମାନିଲେ ଦୀପାଳି ଦାସ । ନିଜର ପରାଜୟରକୁ ସହଜରେ ସ୍ୱୀକାର କରିପାରୁନଥିବା ଦୀପାଳି ପୁଣିଥରେ ଇଭିଏମ ଯାଞ୍ଚ ପାଇଁ ଆବେଦନ କରିଥିଲେ । ଯେଉଁ ବୁଥ ଗୁଡିକରେ ତାଙ୍କର ସନ୍ଦେହ ରହିଛି ସେହି ସେହି ଗୁଡିକୁ ପୁଣିଥରେ ଯାଞ୍ଚ ପାଇଁ ଦୀପାଳି କରିଥିବା ଆବେଦନରେ ମୋହର ମାରିଥିଲେ ଭାରତୀୟ ନିର୍ବାଚନ ଆୟୋଗ । 13ଟି ବୁଥର ଇଭିଏମ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଖୁବଶାଘ୍ର ଇଭିଏମ ଯାଞ୍ଚ ହେବାକୁ ଥିବା ବେଳେ ଏହାପରେ ଏହାପରେ ଭୋଟ ଗଣତି ସମୟର ସିସିଟିଭି ଫୁଟେଜ ମାଗିଥିଲେ ଦୀପାଳି ଦାସ । ଏବେ ପୁଣିଥରେ ଝାରସୁଗୁଡା ରାଜନୀତିକୁ ନେଇ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ହାଇକୋର୍ଟ ଗଲେ ଦୀପାଳି ଦାସ । ଚଳିତ ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମିଥ୍ୟା ନିର୍ବାଚନୀ ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି । ତେବେ ନିର୍ବାଚନର ଫଳାଫଳକୁ ନେଇ ଖୁସି ନଥିବା ଦୀପାଳି ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛନ୍ତି । ଅନ୍ୟପଟେ ଏହାକୁ ନେଇ ଝାରସୁଗୁଡାର ବର୍ତ୍ତମାନର ବିଧାୟକ ଟଙ୍କଧର ତ୍ରିପାଠୀ ପିଜିଟିଭ ରିପ୍ଲାଏ ଦେଇଥିଲେ ସୁଦ୍ଧା ଭିତରେ ଭିତରେ ଭୟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଦୀପାଳିଙ୍କ ହାଇକୋର୍ଟର ଆବେଦନ କେତେ ମାତ୍ରାରେ ସଫଳ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *