କେବେ ଭାଙ୍ଗିବ ଜୟନାରାୟଣଙ୍କ ଅଭିମାନ ?

କେବେ ଭାଙ୍ଗିବ ଜୟନାରାୟଣଙ୍କ ଅଭିମାନ ?

ଓଡିଶା ରାଜନୀତିରେ ଇତିହାସ ସୃଷ୍ଟି କରିଥିବା ଭାରତୀୟ ଜନତା ପାର୍ଟିର ଅଡୁଆ ବଢିବାରେ ଲାଗିଛି । ହଁ ଆଜ୍ଞା ବିଜେପିର ସ୍ୱର ପାଲଟିଥିବା ଜୟନାରାୟଣଙ୍କର ଆଉ ଦେଖା ମିଳୁନି । ପ୍ରଥମ ଥର ପାଇଁ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ କି ଉପମୁଖ୍ୟମନ୍ତ୍ରୀ ହେବାର ଯେଉଁ ସୁନେଲି ସ୍ୱପ୍ନ ଦେଖିଥିଲେ ଜୟନାରାୟଣ ତାହା ତ ଭାଙ୍ଗିଯାଇଛି । ବିଜେପି ସରକାରକୁ ମାସେ ପୂରିଗଲାଣି କିନ୍ତୁ ବିଜେପିର ଏହି ଟାଣୁଆ ନେତାଙ୍କୁ ନେଇ ଚର୍ଚ୍ଚା ଥମୁନି । କାହିଁକିନା ବିଜେଡି ସରକାରରେ ଥିବେ ବେଳେ ବିରୋଧି ଦଳ ନେତା ଭାବେ ଶାସକ ଦଳକୁ ଘେରିବାରେ ଜୟନାରାୟଣଙ୍କର ଏକ ମୁଖ୍ୟ ଭୂମିକା ରହିଥିଲା । ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବରେ ଜୟନାରାୟଣଙ୍କ ଅନୁପସ୍ଥିତିକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିଲାନି କି ଆଶ୍ଚଯ୍ୟଜନକ ଭାବେ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ମିଳିଲାନି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ମୋଟ 16 ଜଣ ମନ୍ତ୍ରୀ ଶପଥ ନେଇଥିବା ବେଳେ ଆହୁରି 6ଟି ପଦବୀ ବାକି ରହିଛି । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେଲେ ଜୟନାରାୟଣଙ୍କୁ କୌଣସି ପଦବୀ ମିଳିପାରେ ବୋଲି କୁହାଯାଉଥିଲା । କିନ୍ତୁ ଜୟନାରାୟଣଙ୍କ ଭଳି ଜଣେ ହେଭିୱେଟ ନେତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ମିଳିବା ଜରୁରୀ କାରଣ ବିଜେଡି ସରକାରରେ ଥିବା ବେଳେ ସେ ବିରୋଧି ଦଳ ଭୂମିକାରେ ରହିଥିଲେ । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ଥିବା ଗୃହ ବିଭାଗ ଉପରେ ଜୟନାରାୟଣଙ୍କ ନଜର ରହିଛି ବୋଲି ଚର୍ଚ୍ଚା ହେଉଛି । ଦଳରେ ରହି ମଧ୍ୟ ଦଳ ପାଇଁ ଏବେ ଅଲୋଡା ସାଜିଥିବା ଜୟନାରାୟଣଙ୍କ ମାନଭଞ୍ଜନ କରିବା ପାଇଁ ବିଜେପି କଣ କରିବ ତାଙ୍କୁ କେଉଁ ବିଭାଗର ଦାୟିତ୍ୱ ଦେବ ତାହା ଉପରେ ସଭିଙ୍କ ନଜର ରହିଥିବାବେଳେ ଚର୍ଚ୍ଚା ହେଉଛି ଯଦିଓ ଜୟନାରାୟଣଙ୍କୁ କୌଣସି ମନ୍ତ୍ରୀ ପଦବୀ ଦିଆଯାଏ ତେବେ ବିଜେପିକୁ ନିଜର ବାଲାନ୍ସ ରଖିବାରେ କଷ୍ଟକର ହୋଇପାରେ । ତେବେ ଜୟନାରାୟଣଙ୍କୁ କେମିତି ଶାନ୍ତ କରୁଛି ଆଉ କେଉଁ ବିଭାଗ ମିଳୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *