ଶୁଭଦ୍ରାଙ୍କ ରଥରେ ଚଢିଲେ ଅଣସେବାୟତ

ଶୁଭଦ୍ରାଙ୍କ ରଥରେ ଚଢିଲେ ଅଣସେବାୟତ

ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିଛନ୍ତି ତିନି ମହାପ୍ରଭୁ । ପୁଣି ରଥରେ ସେବାୟତ ବେଶରେ ଦୁଇ ଜଣ ବ୍ୟକ୍ତି ଚଢିଥିବା ଅଭିଯୋଗ । ଦେବୀ ସୁଭଦ୍ରାଙ୍କ ରଥରେ ଦୁଇ ଅଣ ସେବାୟତ ଚଢିଲେ । ପହଣ୍ଡି ପୂର୍ବରୁ ଦୁହେଁ ରଥରେ ଚଢିଥିଲେ । ମାତ୍ର ଦୁହିଁଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥରୁ ଓହ୍ଲାଇ ଦେଇଛନ୍ତି । ହାତ ଧରି ରଥରୁ ଟାଣି ନେଇଛନ୍ତି ଅରବିନ୍ଦ ପାଢୀ । ଅନଧିକୃତ ସେବାୟତ ରଥରେ ଚଢିଲେ ତାଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ରଥରେ ଅସସେବାୟତ ଚଢିବା ନେଇ ବହୁ ସମୟରେ ବିବାଦ ସୃଷ୍ଟି ହେଉଥିବା ବେଳେ ରଥଯାତ୍ରା ପହଣ୍ଡି ସମୟରେ ବଳଭଦ୍ର ତଳେ ପଡିଯାଇଥିଲେ । ଯାହାକୁ ନେଇ ଚାରିଆଡେ ସମାଲୋଚନା ହୋଇଥିଲା । ଆଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକର ଦାୟିତ୍ୱ ଅରବିନ୍ଦ ପାଢୀ ନେବା ପରେ ନୂଆ ଗାଇଡ ଲାଇନ ଆଣିଥିଲେ । ରଥରେ କୌଣସି ଅଣ ସେବାୟତ ଚଢି ଗହଳି ନକରିବାକୁ କଡା ନିର୍ଦ୍ଦେଶ ଥିଲା ।

author

Related Articles

Leave a Reply

Your email address will not be published. Required fields are marked *