ମନମୋହନ ଏବଂ ସମୀରଙ୍କୁ ମିଳିବ ଗୁରୁ ଦାୟିତ୍ୱ

ମନମୋହନ ଏବଂ ସମୀରଙ୍କୁ ମିଳିବ ଗୁରୁ ଦାୟିତ୍ୱ

ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କୁ ମିଳିବ ଗୁରୁ ଦାୟିତ୍ୱ । ଖୁବଶୀଘ୍ର ଥଇଥାନ ହେବେ ଏହି ଦୁଇ ନେତା । ବିଜେପି ରାଜ୍ୟରେ କ୍ଷମତାକୁ ଆସିବାର ମାସେରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଏବେ ବି ଅନେକ ପ୍ରମୁଖ ନେତାଙ୍କୁ ଦଳ କିଛି ବି ଦାୟିତ୍ୱ ଦେଇନି । ଯେଉଁମାନଙ୍କ ନେତୃତ୍ୱରେ ଦଳ ଆଜି ରାଜ୍ୟରେ ଶାସନ ଗାଦିରେ ବସିଛି ସେମାନେ ଏବେ ପଛରେ ପଡିଯାଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଏବେ ସେମାନଙ୍କୁ ଦଳ ପକ୍ଷରୁ ପୁରସ୍କୃତ କରିବାକୁ ଯୋଜନା ଚଳାଇଛି । ଯେଉଁଥିରେ ଆଗରେ ରହିଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ଏମାନଙ୍କୁ ଦଳ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇପାରେ ବୋଲି ଆଲୋଚନା ଚାଲିଛି । ଯଦିଓ ସମୀର ମହାନ୍ତି ଚଳିତ ନିର୍ବାଚନ ଲଢିନାହାନ୍ତି , ତଥାପି ଦଳ ଜିତିବା ପଛରେ ତାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିଛି । ନିର୍ବାଚନ ପୂର୍ବରୁ ବିଜେଡି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ହେଉ ବା ପ୍ରେସମିଟ ଜରିଆରେ ବିଜେଡିକୁ ଆଟାକ କରିବା ହେଉ କୌଣସି ଥିରେ ସମୀର ପଛଘୁଞ୍ଚା ଦେଇନାହାନ୍ତି । ତେଣୁ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବ ବୋଲି ଦଳରେ ଆଲୋଚନା ଚାଲିଛି । ସେହିପରି ମନମୋହନ ସାମଲଙ୍କୁ ମଧ୍ୟ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବାକୁ ନିଷ୍ପତ୍ତି ନେଉଛି । ମନମୋହନ ଯଦିଓ ନିର୍ବାଚନ ଲଢି ହାରିଛନ୍ତି ତଥାପି ତାଙ୍କ ନେତୃତ୍ୱରେ ଦଳ କ୍ଷମତାକୁ ଆସିଥିବାରୁ ଦଳ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯିବାନେଇ ସୂଚନା ମିଳୁଛି । ତେବେ ମନମୋହନ ସାମଲ ଏବଂ ସମୀର ମହାନ୍ତିଙ୍କୁ ଦଳ ଯୋଜନା ବୋର୍ଡ ଭଳି କ୍ୟାବିନେଟ ପାହ୍ୟାରେ ଥଇଥାନ କରିପାରେ ବୋଲି ଆଶଙ୍କା କରାଯାଉଛି । ତେବେ କେବଳ ଏହି ଦୁଇଜଣ ନୁହଁନ୍ତି ଏମାନଙ୍କ ବ୍ୟତୀତ ମଧ୍ୟ ଅନେକ ନେତା ଅଛନ୍ତି ଯେଉଁମାନଙ୍କୁ ଏବେ ଦଳ ଆଗକୁ ଆଣିବା ସହ ବଡ ବଡ ପଦବୀ ଦେଇପାରେ ବୋଲି ସମ୍ଭାବନା ରହିଛି । ତେବେ ଦେଖାଯାଉ ବିଜେପିରେ ଆଗକୁ କଣ ହେଉଛି ଏବଂ କାହାକୁ କେଉଁ ଦାୟିତ୍ୱ ମିଳୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *