ରାହୁଲଙ୍କୁ ପଛରେ ପକାଇଲେ ମୋଦି

ରାହୁଲଙ୍କୁ ପଛରେ ପକାଇଲେ ମୋଦି

ସୋସିଆଲ ମିଡିଆରେ ସମସ୍ତଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସର୍ବାଧିକ ଫଲୋଅର୍ସ ଥିବା ଆକାଉଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟ ହୋଇଥିବା ସୂଚନା ରହିଛି । ମୋଦିଙ୍କ ଏକ୍ସ ଆକାଉଣ୍ଟରେ ୧୦ କୋଟିରୁ ଅଧିକ ଫଲୋଅର୍ସ ରହିଛନ୍ତି । ଗତ ତିନି ବର୍ଷ ମଧ୍ୟରେ ତାଙ୍କର ଫଲୋଅର୍ସ ୩ କୋଟି ବୃଦ୍ଧି ପାଇଛି । ତେବେ କେବଳ ଏକ୍ସ ରେ ନୁହେଁ ଅନ୍ୟ ସୋସିଆଲ ମିଡିଆ ସାଇଟରେ ମଧ୍ୟ ତାଙ୍କ ଫଲୋଅର୍ସରେ ବୃଦ୍ଧି ଘଟୁଛି । ୟୁଟ୍ୟୁବରେ ଅଢେଇ କୋଟି ଏବଂ ଇନଷ୍ଟାଗ୍ରାମରେ ୯ କୋଟି ୧୦ ଲକ୍ଷ ଫଲୋଅର୍ସ ରହିଛନ୍ତି । ତେବେ ସୂଚନା ଅନୁସାରେ ୨୦୦୯ ମସିହାରେ ନରେନ୍ଦ୍ର ମୋଦି ଏକ୍ସରେ ଯୋଡି ହୋଇଥିଲେ । ସେବେଠାରୁ ସେ ଏହି ଆକାଉଣ୍ଟକୁ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ସରକାରୀ ସେବା ବିଷୟରେ ସୂଚନା ଦେବା ଠାରୁ ଆରମ୍ଭ କରି ଜାତୀୟ ଆନ୍ତର୍ଜାତୀୟ ପ୍ରସଙ୍ଗରେ ସେ ଏହି ଆକାଉଣ୍ଟ ଜରିଆରେ ମତ ଦେଇଥାନ୍ତି । ଆଉ ଖୁବ ସମୟ ମଧ୍ୟରେ ତାଙ୍କ ସହ ବହୁଳ ମାତ୍ରାରେ ଜନସାଧାରଣ ଯୋଡି ହେବାକୁ ନେଇ ସେ ମଧ୍ୟ ବେଶ୍ ଖୁସି ଥିବା ନିଜ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ଜଣାଇଛନ୍ତି । ଅନ୍ୟପଟେ ଭାରତରେ ମୋଦିଙ୍କ ସର୍ବାଧିକ ଫଲୋଅର୍ସ ଥିବା ବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ମୋଦିଙ୍କ ତୁଳନାରେ ପଛରେ ପଡିଯାଇଛନ୍ତି । ତେବେ କେବଳ ଭାରତରେ ନୁହେଁ ବାହାର ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ନରେନ୍ଦ୍ର ମୋଦିଙ୍କର ଅଧିକ ଫଲୋଅର୍ସ ରହିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏକ୍ସ ଆକାଉଣ୍ଟରେ ୩୫.୫ ମିଲିୟନ ଫଲୋଅର୍ସ ରହିଛି । ସେହିପରି ସବୁଠୁ ଶକ୍ତିଶାଳୀ ଦେଶ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟ ୧.୯ ମିଲିୟନ ଫଲୋଅର୍ସ ରହିଛନ୍ତି । ଯାହାଙ୍କ ତୁଳନାରେ ମୋଦି ବହୁ ଆଗରେ ରହିଛନ୍ତି । ଆଉ ଏହିଥିରୁ ହିଁ ଦିନକୁ ଦିନ ତାଙ୍କ ଲୋକପ୍ରିୟତା ଶୀର୍ଷ ଛୁଇଁଥିବା ନଜର ଆସୁଛି ।

author

Related Articles

Leave a Reply

Your email address will not be published. Required fields are marked *