ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକରକୁ ନେଇ ସୌସିଆଲ ମିଡିଆଠୁ ରାଜନୀତି ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା । ଜେଲରୁ ମୁକୁଳିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦିଲ୍ଲୀରେ ନରେନେଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଯେଉଁ ଫଟୋକୁ ସୋସିଆଲ ମିଡିଆରେ ହେମନ୍ତ ସେୟାର କରିବା ପରେ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ପୂର୍ବରୁ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଇଡି ଦ୍ୱାରା ଗିରଫ ହୋଇଥିଲେ ହେମନ୍ତ ସୋରେନ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ବି ଦେଇଥିଲେ । ପରେ ତାଙ୍କ ଦଳ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢିଥିଲା। ତେବେ ଆଗକୁ ଝାଡଖଣ୍ଡରେ ସାଧାରଣ ନିର୍ବାଚନ ଥିବାରୁ ହେମନ୍ତ ସୋରେନ ଦିଲ୍ଲୀ ଗସ୍ତ ଓ ପ୍ରଧାନମନ୍ତ୍ରୀଙ୍କ ସହ ଭେଟଘାଟକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଜାରି ରହିଛି ।
You can share this post!
author
