ASOଙ୍କୁ ମୋହନଙ୍କ ଛାଟ

ASOଙ୍କୁ ମୋହନଙ୍କ ଛାଟ

ସୋସିଆଲ ମିଡିଆଠୁ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ  ପର୍ଯ୍ୟନ୍ତ ଏବେ ଗୋଟିଏ କଥା ହିଁ ଚର୍ଚ୍ଚା ଚାଲିଛି । କାର୍ଯ୍ୟରତ କର୍ମଚାରୀ ତଥା ଏସଓଙ୍କୁ ମାଡ ମାରିଛନ୍ତି ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ ଦାସ । ଯେଉଁଥିପାଇଁ ହୁଲସ୍ତୁଲ ହେଉଛି ଓଡିଶା ରାଜନୀତି । ବିରୋଧି ଦଳୀୟ ନେତା ମାନେ ମୋହନ ସରକାରଙ୍କ ଉପରେ ଏ ଘଟଣାକୁ ନେଇ ଚାପ ପକାଉଥିବା ବେଳେ ମୋହନ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ସଲାସୁତୁରା ହୋଇଛି ବୋଲି କଥା ଉଠୁଛି । ଏବଂ କେଉଁଠି କେଉଁଠି ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ପାଇଁ ଦାବି ହେଉଥିବା ଭିତରେ ସେହି ଏସଓଙ୍କର ବଦଳି ନିର୍ଦ୍ଦେଶ ଆସିଛି । ହଁ ଆଜ୍ଞା ରାଜ୍ୟପାଳଙ୍କ ପୁଅ ନାଁରେ ଅଭିଯୋଗ ଆଣିଥିବା ଏସଓଙ୍କୁ ବାଜିଲା ମୋହନଙ୍କ ଛାଟ । ବୈକୁଣ୍ଠ ପ୍ରଧାନ ରାଜ୍ୟପାଳଙ୍କ ପୁଅ ଲଳିତଙ୍କ ବିରୁଦ୍ଧରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ଆଣିଥିଲେ । ଏପରିକି ପୁରୀ ସମୁଦ୍ରକୂଳ ଥାନାରେ ମଧ୍ୟ ଏନେଇ ବିଧିବଦ୍ଧ ଏତଲା ରୁଜୁ ହୋଇଥିଲା । ପରେ ସଚିବାଳୟ ସେବା ସଂଘର  ସହଯୋଗରେ ଏହି ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ରଘୁବର ଦାସଙ୍କୁ ସପତ୍ନୀକ ଭେଟି ନିଜର ଅଭିଯୋଗ ଜଣାଇଥିଲେ । ସରକାର ତାଙ୍କୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗୃହ ବିଭାଗକୁ ବୈକୁଣ୍ଠନାଥଙ୍କର ବଦଳି କରାଯାଇଛି । ତେବେ ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ପୁରୀ ରାଜଭବନ ଠାରେ ଦ୍ରୌପଦୀ ମୁର୍ମୁଙ୍କ ତଦାରଖ କରିବା କାର୍ଯ୍ୟରେ ନିୟୋଜିତ ହେଉଥିଲେ । କିନ୍ତୁ ସେଠାରେ ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହ ପାଞ୍ଚଜଣ ଲୋକ ଆସି ତାଙ୍କୁ ମାଡ ମାରିଥିଲେ । ତେବେ ଏନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଏସଓ ଓ ତାଙ୍କ ପତ୍ନୀ ଭେଟ କରି ନ୍ୟାୟ ମାଗିଥିଲେ । ଏବଂ ତାଙ୍କୁ ସାତଦିନ ଭିତରେ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ତେବେ ବର୍ତ୍ତମାନ ଏସଓ ତାଙ୍କ ପତ୍ନୀଙ୍କୁ ନ୍ୟାୟ ପୂର୍ବକ ବୈକୁଣ୍ଠନାଥ ପ୍ରଧାନଙ୍କର ବଦଳି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *