ପ୍ରଶାନ୍ତଙ୍କୁ ମିଳିବ କି କିଛି ନୂଆ ଦାୟିତ୍ୱ ?

ପ୍ରଶାନ୍ତଙ୍କୁ ମିଳିବ କି କିଛି ନୂଆ ଦାୟିତ୍ୱ ?

ବିଜେପିର ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିବ କି କିଛି ଗୁରୁ ଦାୟିତ୍ୱ ? ମୋହନ ସରକାରରେ ପ୍ରଶାନ୍ତଙ୍କୁ କରାଯିବ କି ପୁରସ୍କୃତ ? ଏଭଳି କିଛି ଆଶଙ୍କା ଏବେ ରାଜନୀତିରେ ସୃଷ୍ଟି ହୋଇଛି । କାରଣ ଆଗକୁ ବିଜେପି ନିଜ ଦଳୀୟ ନେତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ଥାନିତ କରିପାରେ ବୋଲି ସୂଚନା ମିଳୁଛି । ଯେଉଁମାନଙ୍କ ପାଇଁ ବିଜେପି କ୍ଷମତାକୁ ଆସିଛି ସେମାନଙ୍କୁ ମୋହନ ସରକାର ପୁରସ୍କାର ସ୍ୱରୂପ କିଛି ବଡ ପଦବୀ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି । କାରଣ ଆହୁରି ଅନେକ ପଦବୀ , ବିଭାଗ ରହିଛି ଯେଉଁଥିରେ ବିଜେପି ନେତାଙ୍କୁ ସ୍ଥାନ ମିଳିନି । ତେଣୁ କିଛି ବଛା ବଛା ନେତାଙ୍କୁ ମୋହନ ସରକାର ଉପହାର ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ ଯେଉଁ ସବୁ ନାଁକୁ ନେଇ ଚର୍ଚ୍ଚା ଚାଲିଛି ସେଥିରେ ପ୍ରଶାନ୍ତଙ୍କ ନାଁ କେଉଁଠି ବି ଶୁଣିବାକୁ ମିଳୁନି । ବିଜେଡିରୁ ବିଜେପିକୁ ଆସିଥିବା ସମୀର ଦାସ, ଆକାଶ ଦାସ ନାୟକ ଏମାନଙ୍କ ନାଁ ଏଥିରେ ସାମିଲ ଥିବା ବେଳେ ପ୍ରଶାନ୍ତଙ୍କ ନାଁ କିନ୍ତୁ ଚର୍ଚ୍ଚାର ଘେରକୁ ଆସୁନି । ଏପରିକି ଏହି ଲିଷ୍ଟରେ ଏମିତି ବି କିଛି ନେତାଙ୍କ ନାଁ ରହିଛି ଯେଉଁମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିନାହାନ୍ତି । କିନ୍ତୁ ବିଜେପିକୁ ଜିତାଇବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ସେମାନଙ୍କୁ ଦାୟିତ୍ୱ ମିଳିବା ନେଇ ଦଳ ନିଷ୍ପତ୍ତି ନେଇଛି । ତେବେ ପ୍ରଶାନ୍ତ ଜଗଦେବ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ସହ ପ୍ରଶାନ୍ତଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଖୋର୍ଦ୍ଧାରେ ବିଜେପି ଖାତା ଖୋଲିବାରେ ସଫଳତା ହାସଲ କରିଛି । କିନ୍ତୁ ଏତେ ସବୁ ପରେ ବି ତାଙ୍କ ନାଁ ଚର୍ଚ୍ଚାର ଘେରକୁ ନଆସିବା ସାଧାରଣରେ ହଜମ କରିପାରୁନାହାନ୍ତି । ତେବେ ଆଗକୁ ଦେଖାଯାଉ ପ୍ରଶାନ୍ତଙ୍କୁ ମୋହନ ସରକାର କିଛି ଦାୟିତ୍ୱ ଦେଉଛନ୍ତି ନା ନାହିଁ ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *