ଶାସକ ଦଳ ବିଜେପିକୁ ନବୀନଙ୍କ ୱାର୍ଣ୍ଣିଂ !

ଶାସକ ଦଳ ବିଜେପିକୁ ନବୀନଙ୍କ ୱାର୍ଣ୍ଣିଂ !

ଦୀର୍ଘ ବର୍ଷ ପରେ ବିରୋଧି ଦଳ ଭୂମିକାରେ ବସିଛି ବିଜୁ ଜନତା ଦଳ । ସାଢେ ଚାରିକୋଟି ଓଡିଆଙ୍କ ସ୍ୱର ସାଜି ଶାସକ ଦଳକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଘନ ଘନ ବୈଠକ ଡକାଇ ନବୀନ ନିବାସରେ ଆଗାମୀ ପାଞ୍ଚବର୍ଷ ପର୍ଯ୍ୟନ୍ତ କିପରି ଶାସକ ଦଳକୁ ଘେରିବେ ସେ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ଦଳକୁ ମଜଭୁତ କରିବା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ନୂଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି  ନବୀନ ବାବୁ । ପ୍ରଥମେ ଦଳର ବରିଷ୍ଠ ନେତାଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦେବା ଏହାପରେ 16  ଜଣ ମନ୍ତ୍ରୀଙ୍କୁ ଜଗିବା ପାଇଁ 50 ବିଧାୟକଙ୍କୁ ନିଯୁକ୍ତି କରିବା ଯାହା ଦର୍ଶାଉଛି କି ଫୁଲ ଆକ୍ସନ ମୋଡରେ ରହିଛନ୍ତି ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାହିଁକିନା ଆଗାମୀ ଜୁଲାଇ 22 ତାରିଖରୁ ବିଧାନସଭା ଅଧିବେଶେନ ଆରମ୍ଭ ହେବାକୁ ଥିବାବେଳେ ଶାସକ ଭାରତୀୟ ଜନତା ପାର୍ଟିକୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିଜେଡିର 50 ଜଣିଆ ବିଧାୟକ ଟିମ । ଅନ୍ୟପଟେ ଲୋକସଭାରେ ବିଜେଡି ଗୋଟିଏ ହେଲେ ସିଟ ପାଇନଥିବା ବେଳେ ରାଜ୍ୟସଭାରେ ରାଜ୍ୟସଭା ସାଂସଦ ମାନେ କିଭଳି ବିରୋଧି ଭାବେ ଓଡିଶାର ସମସ୍ୟାକୁ ସେଠାରେ ଉଠାଇବେ ସେ ନେଇ ସାଂସଦ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ବାବୁ । ତେବେ ନବୀନ ବାବୁଙ୍କ ଗୋଟିଏ ପରେ ଗୋଟିଏ ପଦକ୍ଷେପକୁ ଦେଖି ଶାସକ ଶିବିରରେ ଛନକା ପଶିଲାଣି । ଦୀର୍ଘ ବର୍ଷ ଶାସକ ଦଳରେ ବସି ଜଣେ ଅଣଓଡିଆଙ୍କ ହାତରେ ନିଜ ଦଳର ଶାସନ ଭାରକୁ ଟେକି ଦେଇଥିବା ବିଜେଡି ସୁପ୍ରିମୋ ଏବେ ନିଜ ଦଳର ଦାୟିତ୍ୱକୁ ନିଜେ ତୁଲାଉଛନ୍ତି । ତେବେ ଆଗାମୀ ରାଜ୍ୟସଭା ଅଧିବେଶନ ଓ ବିଧାନସଭା ଅଧିବେଶନରେ ବିରୋଧି ଦଳର ଉଗ୍ର ରୂପ ଦେଖିବା ପାଇଁ ଶାସକ ଦଳକୁ କଡା ଚେତାବନୀ ଦେଇଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।

author

Related Articles

Leave a Reply

Your email address will not be published. Required fields are marked *