ଗେରୁଆ ରଙ୍ଗରେ ରଙ୍ଗେଇ ହେବେ କି ଅମର ଶତପଥୀ !

ଗେରୁଆ ରଙ୍ଗରେ ରଙ୍ଗେଇ ହେବେ କି ଅମର ଶତପଥୀ !

ମୁହଁ ଖୋଲିଲେ ନିଜର ବିଷ ଓଗାଳିଲେ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ । ପରାଜୟ ପରେ ବେଶ ସକ୍ରିୟ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିରୋଧି ଆସନରେ ବସିବା ପରେ ନିଜ ଦଳରେ ଏକ ନୂଆ ପରିବର୍ତ୍ତନ ଆଣିଛନ୍ତି ନବୀନ ବାବୁ । ପୁଣିଥରେ ବିଜେଡିର ନବକଳେବର ଆରମ୍ଭ ହୋଇଛି । 50 ଜଣ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ନବୀନ ପଟ୍ଟନାୟକ । ଶାସକ ଦଳର ନେତା ମାନେ କିପରି କାର୍ଯ୍ୟ କରୁଛନ୍ତି ସେ ଦିଗରେ ନଜର ରଖିବା ପାଇଁ ସେମାନଙ୍କୁ ବିଭାଗ ହସ୍ତାନ୍ତର କରିଛନ୍ତି ନବୀନ । ଏମିତିକି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଦୁଇ ତିନି ଜଣଙ୍କୁ ନିଯୁକ୍ତି ମିଳିଛି । ତେବେ ନବୀନଙ୍କ ଏହି ନିଷ୍ପତ୍ତିକୁ ଶାସକ ଦଳ କଟାକ୍ଷ କରୁଥିବା ବେଳେ ଖୋଦ ନବୀନଙ୍କ ବିରୁଦ୍ଧରେ ବାହାରୁଛନ୍ତି ନିଜ ଦଳୀୟ ନେତା । ଦଳ ହାରିବା ପରେ ପରୋକ୍ଷରେ ଦଳକୁ ନେଇ ମୁହଁ ଖୋଲିଛନ୍ତି ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀ । ଭୁଲ ରଣନୀତି ଓ ପାଣ୍ଡିଆନଙ୍କ ମାରାଥନ ପ୍ରଚାର ବିଜେଡି ପାଇଁ କାଳ ହେଲା । ଡେରିରେ ହେଲେ ମଧ୍ୟ ଏହି କଥାକୁ ପରୋକ୍ଷ ଭାବେ ଏବେ ସ୍ୱୀକାର କରୁଛନ୍ତି ଅମର ଶତପଥୀ । ନବୀନଙ୍କ ଛାୟା କ୍ୟାବିନେଟକୁ କଟାକ୍ଷ କରି ଅମର କହିଛନ୍ତି ଯେ ଯଦି ଶାସକ ଦଳରେ ଥିବା ସମୟରେ ଏପରି ନିଷ୍ପତ୍ତି ନବୀନ ନେଇଥାନ୍ତେ ତେବେ ବିଜେଡି ଆଜି ବିରୋଧି ଆସନରେ ବସି ନଥାନ୍ତା । ଏଥିରୁ ସ୍ପଷ୍ଟ ହେଉଛି ଯେ କେଉଁଠି ନା କେଉଁଠି ଦଳ ଉପରେ ଏପର୍ଯ୍ୟନ୍ତ ଅମରଙ୍କ ରାଗ କମିନାହିଁ । ନିର୍ବାଚନ ସମୟରେ ନବୀନ ବାବୁ ତାଙ୍କୁ ଯେଉଁଭଳି ଅପଦସ୍ତ କରି ତାଙ୍କ ଟିକେଟ କାଟି ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରାଇଲେ ତାହା ଅମରଙ୍କୁ ଏକପ୍ରକାର ଝଟକା ଦେଇଥିଲା । କିନ୍ତୁ ନିର୍ବାଚନରେ ପରାଜୟ ପରେ ବଡଚଣାରେ ମାଟି କାମୁଡି ପଡିଲା । ନବୀନଙ୍କ ଏପରି ନିଷ୍ପତ୍ତି ପରେ ଓଡିଶା ପାଇଁ ଭଲଦିନ ଆସୁଛି ବୋଲି କହିଛନ୍ତି ଅମର ଶତପଥୀ ଏଥିରୁ ସ୍ପଷ୍ଟ ହେଉଛି ଯେ ପରୋକ୍ଷ ଭାବେ ବିଜେପି ସରକାରର ପ୍ରଂଶସା କରୁଛନ୍ତି ଅମର ଶତପଥୀ । ତେବେ ଅମରଙ୍କୁ ନେଇ ବିଜେଡି ରାଜନୀତିରେ କେଉଁ ଝଡ ଆସିବ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *