ବନ ବିଭାଗ କବଜାରେ ୬ ଶିକାରୀ

ବନ ବିଭାଗ କବଜାରେ ୬ ଶିକାରୀ

କନ୍ଧମାଳ ଜିଲ୍ଲା ଟିକାବାଲି ବନବିଭାଗ କୁ ମିଳିଛି ବଡ଼ ସଫଳତା । ବନ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଗିରଫ ହୋଇଛନ୍ତି ୬ ଶିକାରୀ । ସେମାନଙ୍କ ଠାରୁ ଦୁଇ କଲରାପତରିଆ ବାଘ ଛାଲ, ୬ଟି କୁଟୁରା ଓ ୨ଟି ଗୋଧି ଛାଲ, କୁଟୁରା ମୁଣ୍ଡ ବନ ବିଭାଗ ଜବତ କରିଛି । ଶିକାରୀମାନଙ୍କଠାରୁ ଗୋଟିଏ ଦେଶୀ ଲୋଡେଡ୍ ବନ୍ଧୁକ, ୭ଟି ଫାଶ, ଗୋଟିଏ ତୀର, ୨ଟି ବାଟୁଳି ଓ ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି । ତେବେ ପାଟ୍ରୋଲିଂ ସମୟରେ ଲାଇନ ପଡା ସଂରକ୍ଷିତ ଜଙ୍ଗଲରୁ ପ୍ରଥମେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା ବନ ବିଭାଗ । ପରେ ପୂରା ଶିକାରୀ ରାକେଟର ପର୍ଦ୍ଦାଫାସ କରିଥିଲା ବନବିଭାଗ । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ଧନେଶ୍ୱର ନାୟକ, ଶରତ ମଲ୍ଲିକ, ଗୌରାଙ୍ଗ ମଲ୍ଲିକ, ସଦାନନ୍ଦ କହଁର, ସନ୍ତୋଷ ମଲ୍ଲିକ ଏବଂ ବିବତ୍ସ ମଲ୍ଲିକ । ବନବିଭାଗ ପକ୍ଷରୁ ଏମାନଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *