ନୂଆ ଯୋଜନାକୁ ମୋହନଙ୍କ ଫୁ

ନୂଆ ଯୋଜନାକୁ ମୋହନଙ୍କ ଫୁ

କେବେ ମିଳିବ ନୂଆ ସରକାରଙ୍କ ନୂଆ ଯୋଜନା । ନା ବିଜେପି ସରକାରରେ ଖାଲି ପୁରୁଣା ଯୋଜନାକୁ ନୂଆ ନାଁ ରେ ରାଜ୍ୟବାସୀଙ୍କୁ ଭେଟି ଦେବେ ମୋହନ ସରକାର । ଏଭଳି କିଛି ଦ୍ୱନ୍ଦ୍ୱ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛିା କାରଣ ଯେଉଁଭଳି ଭାବରେ ବିଜେପି ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କୁ ପ୍ରତିଶୃତି ଦେଉଥିଲା ଏବଂ ବିଜେପି ଆସିଲେ ରାଜ୍ୟବାସୀଙ୍କୁ ବିଜେଡି ଅପେକ୍ଷା ଭଲ ଭଲ ସୁବିଧା ସୁଯୋଗ ଏବଂ ଯୋଜନା ମିଳିବ ବୋଲି ପ୍ରତିଶୃତି ଦେଉଥିଲା ଏବେ ସେସବୁକୁ ପାଦରେ ଆଡେଇ ଦେଇଥିବା ନଜର ଆସୁଛିା କାରଣ ବିଜେପି ନୂଆ ଯୋଜନା ଆଣିବା ବଦଳରେ କେବଳ ବିଜେଡି ସରକାରର ଯୋଜନାକୁ ନୂଆ ରୂପରେ ପରିବର୍ତ୍ତନ କରୁଛନ୍ତି । ଯାହାକୁ ନେଇ ଏବେ ରାଜ୍ୟବାସୀ ବିଜେପି ଉପରେ ଅସନ୍ତୁଷ୍ଟ ରହିବା ଆରମ୍ଭ କଲେଣି । ଏପରିକି ଗାନ୍ଧୀ ମାର୍ଗରେ ଶିକ୍ଷକ ମାନେ କରୁଥିବା ଆନ୍ଦୋଳନ ବିଜେପି ସରକାରରେ ଦେଖିବାକୁ ମିଳିବନି ବୋଲି ବିଜେପି ଦାବି କରୁଥିଲା । କିନ୍ତୁ ବିଜେପି ସରକାରକୁ ଆସିବାର ମାସକ ଭିତରେ ହିଁ ଶିକ୍ଷକମାନେ ଗାନ୍ଧୀମାର୍ଗରେ ଆନ୍ଦୋଳନ କରୁଥିବା ନଜର ଆସିଥିଲା । ତେବେ କେବଳ ଶିକ୍ଷକ ନୁହଁନ୍ତି ଆଶାକର୍ମୀମାନେ ମଧ୍ୟ ଧୀରେ ଧୀରେ ରାଜରାସ୍ତାକୁ ଓହ୍ଲାଇବା ଆରମ୍ଭ କଲେଣି । ଯାହାକୁ ନେଇ ବିଜେପି ୧୦୦ ଦିନରେ ସବୁ ପ୍ରତିଶୃତି ପାଳନ କରିବା ନେଇ ଯେଉଁ ଦାବି କରୁଛି ତାହା ପୂରଣ ହୋଇପାରିବନି ବୋଲି ଏବେ ଆଶଙ୍କା ସୃଷ୍ଟି ହେଲାଣି । ଅନ୍ୟପଟେ ବିଜେପି ନେତା ଓ ମନ୍ତ୍ରୀ ମାନେ କେବଳ ସମସ୍ୟା ବୁଲି ଦେଖୁଛନ୍ତିା କିନ୍ତୁ କେବେ ସେ ସମସ୍ୟାରୁ ମୁକ୍ତି ମିଳିବ ସେନେଇ କିଛି ବି ସ୍ପଷ୍ଟ କରୁନାହାନ୍ତି । କିଛି ଦିନ ତଳେ ନଗର ଉନ୍ନୟନ ମନ୍ତ୍ରୀ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ଲୋକଙ୍କ ସହ ମିଶି ୫ ଟଙ୍କିଆ ମିଲ୍ ଖାଇଥିଲେ । ଏବଂ ସେଠାକାର ଅବ୍ୟବସ୍ଥା ଉପରେ ବଖାଣିଥିଲେ । କିନ୍ତୁ ସେ ଅବ୍ୟବସ୍ଥାରୁ କେବେ ମୁକ୍ତି ମିଳିବି ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ତେବେ କେବଳ ଏହି ଘଟଣା ନୁହେଁ ଭତ୍ତା ବୃଦ୍ଧି, ରୋଜଗାର ଏ ସମ୍ପର୍କରେ ମଧ୍ୟ ବିଜେପି ଢେର ସାରା ପ୍ରତିଶୃତି ଦେଇଥିଲା । କିନ୍ତୁ ସେ ଯୋଜନା କେବେ ପୂରଣ ହେବ ଏବଂ ରାଜ୍ୟବାସୀ ବିଜେଡି ଅପେକ୍ଷା ବିଜେପି ସରକାରରେ ଅଧିକ ସୁବିଧା ପାଇବେ ବୋଲି ଯେଉଁ ଆଶା ବାନ୍ଧି ରଖିଛନ୍ତି ସେ ଆଶା କେବେ ସତ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *