କବି ତଥା କଥାକାର ମାତୃଦତ୍ତ ମହାନ୍ତିଙ୍କ କବିତା ପୁସ୍ତକ “ଦାଦନର ପାଦ” ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଅରୁଣ ସ୍ତମ୍ଭ ସମ୍ମୁଖରେ ଉନ୍ମୋଚିତ ହୋଇଯାଇଛି l ଉନ୍ମୋଚନ କାର୍ଯ୍ୟକ୍ରମରେ କବି ତଥା ଅନୁବାଦିକା ନବଜ୍ୟୋତି ରାୟ, କବି ଅଧ୍ୟାପକ ବୃନ୍ଦାବନ ଦାସ ଓ ପାଠକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା ସହିତ ପୁସ୍ତକରେ ଥିବା କବିତାଗୁଡିକ ସାମ୍ପ୍ରତିକ ସମାଜରେ ଘଟୁଥିବା ଘଟଣାର ଏକ ନିଚ୍ଛକ ପ୍ରତିଛବି ବୋଲି କହିଥିଲେ l କରୋନା କାଳରେ ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦ୍ଦଶାପୂର୍ଣ୍ଣ ଘରବାହୁଡ଼ାକୁ ନେଇ ରଚିତ କବିତା ସମେତ ଅନ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ଘଟଣାବଳୀ ଆଧାରରେ ରଚିତ କବିତା ଗୁଡ଼ିକ ଏହି ପୁସ୍ତକରେ ସ୍ଥାନ ପାଇଛି l ମନ୍ତ୍ର ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ୫୫ ଗୋଟି କବିତା ରହିଛି l ଅୟୋଜିତ କାର୍ଯ୍ୟକ୍ରମରେ “ମନ୍ତ୍ର ପବ୍ଲିକେଶନ”ର ଆଂଚଳିକ ପ୍ରତିନିଧି ପଙ୍କଜ ସିହ୍ନା ଧନ୍ୟବାଦ ଦେଇଥିଲେ l ପୂର୍ବରୁ ଲେଖକଙ୍କର ଗୋଟିଏ କବିତା ଓ ୪ ଗୋଟି ଗଳ୍ପ ସଙ୍କଳନ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି l
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024