ଲେଖାଶ୍ରୀଙ୍କ ପ୍ରଶ୍ନବାଣରେ ଚୁପ୍ ମୋହନ !

ଲେଖାଶ୍ରୀଙ୍କ ପ୍ରଶ୍ନବାଣରେ ଚୁପ୍ ମୋହନ !

ପୁଣି ଲେଖାଶ୍ରୀଙ୍କ ପ୍ରଶ୍ନବାଣରେ ଚୁପ୍ ହେଲେ ମୋହନ ମାଝୀ । କାହିଁକି କି ଲେଖାଶ୍ରୀଙ୍କ ଆଟାକର ଜବାବ ଦେଉନି ବିଜେପି ? ଲେଖାଶ୍ରୀଙ୍କୁ ଚୁପ୍ କରିବା ଭଳି ନେତା ବିଜେପିରେ ନାହାନ୍ତି କି ? ଏଭଳି କିଛି ଦ୍ୱନ୍ଦ୍ୱ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି । ବିରୋଧୀ ଆସନରେ ବସିବା ପରଠାରୁ ବିଜେଡି ଖାସ କରି ଲେଖାଶ୍ରୀ ଶାସକ ଦଳକୁ ଟାଗେଟ କରିବାର ଗୋଟିଏ ବି ମଉକା ହାସ ଛଡା କରୁନାହାନ୍ତି । ସେ ଦର ଦାମ ବୃଦ୍ଧି ହେଉ ବା ମୁଖ୍ୟମନ୍ତ୍ରୀଙ୍କ ବୟାନ । କିନ୍ତୁ ବିଜେପି ଲେଖାଶ୍ରୀଙ୍କ କୌଣସି ଆଟାକର କାଉଣ୍ଟର ରଖୁଥିବା ନଜର ଆସୁନି । ନିକଟରେ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ପଷ୍ଟୀକରଣ ଦେଇଥିଲେ । ଏ ଘଟଣା ସମ୍ପର୍କରେ ସେ ଗଣମାଧ୍ୟମରୁ ଖବର ପାଇଥିଲେ ବୋଲି କହିବା ସହ ଏଭଳି କିଛି ବି ପରିବର୍ତନ ହେଉନଥିବା କହିଥିଲେ । ଯାହାକୁ ନେଇ ଲେଖାଶ୍ରୀ ବିଜେପିର ମନ୍ତ୍ରୀ ମାନଙ୍କ ଭିତରେ କିଛି ବି ତାଳମେଳ ନଥିବା କହିବା ରାଜ୍ୟ ସରକାରଙ୍କ ଉପରେ ଆଙ୍ଗୁଠି ଉଠାଇ ଥିଲେ । କିନ୍ତୁ ଏଯାଏଁ ବିଜେପି ଏହାର କିଛି ବି ପ୍ରତିଉତର ରଖିନି । ଯାହାକୁ ଆକଳନ କଲେ ଜଣାପଡୁଛି ଯେ, ଲେଖାଶ୍ରୀଙ୍କୁ କାଉଣ୍ଟର କରିବା ଭଳି ବିଜେପିରେ ସେଭଳି କେହି ବି ବ୍ୟକ୍ତି ନାହାନ୍ତି । ତେବେ ଦେଖାଯାଉ କେବେ ଲେଖାଶ୍ରୀଙ୍କ ଆଟାକର ବିଜେପି କାଉଣ୍ଟର ରଖୁଛି ଏବଂ କିଏ ଲେଖାଶ୍ରୀଙ୍କୁ ପାଲଟା ଜବାବ ଦେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *