ଲେଖାଶ୍ରୀଙ୍କ ଭିଡିଓକୁ ନେଇ ରାଜନୀତିରେ ହଟଚମଟ

ଲେଖାଶ୍ରୀଙ୍କ ଭିଡିଓକୁ ନେଇ ରାଜନୀତିରେ ହଟଚମଟ

ପୁଣି ଶାସକ ଦଳର ରାସ୍ତାରେ କଣ୍ଟା ।ସଜିଲେ ଲେଖାଶ୍ରୀ ସାମନ୍ତସିଂହାର । ଏଏସଓ ବୈକୁଣ୍ଟ ନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାଡ ମାରିବା ଘଟଣାରେ ପୁଣି ଆଟାକ କରିଛନ୍ତି ଲେଖାଶ୍ରୀ । ନିଜ ସୋସିଆଲ ମିଡିଆ ସାଇଟରେ ଏକ ଭିଡିଓ ପୋଷ୍ଟ କରି ରାଜ୍ୟପାଳଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇଛନ୍ତି । ନିଜେ ଅଭିଯୁକ୍ତର ବାପା ହୋଇ କିପରି ସେହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଏବଂ ପୋଲିସ ବଦଳରେ ପୁରୀ ଜିଲ୍ଲାପାଳଙ୍କୁ କିପରି ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ତାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେ ସୋସିଆଲ ମିଡିଆରେ କହିଛନ୍ତିା ଏହା ସହ ଆଇନ ମନ୍ତ୍ରୀଙ୍କୁ ମଧ୍ୟ ତାଗିଦ କରିଛନ୍ତିା ଆଇନକୁ ବାଟ ବଣା ନକରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।ତେବେ ବିଧାନସଭାରେ ମଧ୍ୟ ଓଡିଆ ଅଧିକାରୀଙ୍କୁ ମାଡ ମାରିବା ପ୍ରସଙ୍ଗ ଉଠାଇ ବିରୋଧୀ ହଟ୍ଟଗୋଳ କରିଥିବା ବେଳେ ଏବେ ବିଧାନସଭା ବାହାରେ ମଧ୍ୟ ବିରୋଧୀ ବିଜେଡି ଶାସକ ଦଳର ନିଦ ହଜାଇଲେଣି । ବିଧାନସଭାରେ କଣ ଘଟୁଛି କଣ ନାଇଁ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସୁନଥିବା ବେଳେ ବିଜେପି ମଧ୍ୟ ଏସମ୍ପର୍କରେ ମୁହଁ ଖୋଲୁନି । କିନ୍ତୁ ସୋସିଆଲ ମିଡିଆରେ ଲେଖାଶ୍ରୀଙ୍କ ଯେଉଁ ଭିଡିଓ ଭାଇରାଲ ହେଉଛି ତାକୁ ନେଇ ଏବେ ଖୋଦ ରାଜ୍ୟପାଳ ଏବଂ ଆଇନ ମନ୍ତ୍ରୀ କଣ ସ୍ପଷ୍ଟୀକରଣ ଦେଉଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *