ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ କୋଦଳା କଲ୍ଯାଣ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ବହୁ ସାହିତ୍ୟିକ ମାନଙ୍କୁ ଏଥିରେ ପ୍ରତିଭା ସମ୍ମାନ ସହ ସମ୍ବର୍ଦ୍ଧନା ଦିଆଯାଇଛି। ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ଉଦ୍ଯମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ସରକାରଙ୍କ ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ଅଷ୍ଟଦୁର୍ଗ ସାହିତ୍ୟ ପରିକ୍ରମା ଗ୍ରନ୍ଥର ଲୋକାର୍ପଣ କରିଥିଲେ। ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ କୂଳପତି ପ୍ରଫେସର ଡକ୍ଟର ଗୀତାଞ୍ଜଳି ଦାସ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, କୋଦଳା ଏନ୍ଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ମନୋଜ କୁମାର ପାଣ୍ଡି, ଉପାଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ମଞ୍ଚାସୀନ ରହି ବହୁ ପ୍ରତିଭାବାନ ସାହିତ୍ୟିକଙ୍କୁ ପୁରସ୍କୃତ କରି ସେମାନଙ୍କ ଉଜ୍ଜଳ ଭବିଷ୍ୟତ ସହ ସୁଖମୟ ଜୀବନ କାମନା କରିଥିଲେ। । ମନ୍ତ୍ରୀ ଶ୍ରୀ ଜେନାଙ୍କୁ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ କୂଳପତି କଂ ସହ ୨୦ ରୁ ଉର୍ଦ୍ଧ୍ବ ପ୍ରତିଭାବାନ ସାହିତ୍ୟିକଙ୍କୁ ପୁରସ୍କୃତ କରାଯାଇଥିଲା।

author

Related Articles

Leave a Reply

Your email address will not be published. Required fields are marked *