ଲେଖାଶ୍ରୀଙ୍କ ଟାର୍ଗେଟରେ ରାଜ୍ୟପାଳ

ଲେଖାଶ୍ରୀଙ୍କ ଟାର୍ଗେଟରେ ରାଜ୍ୟପାଳ

ପୁଣି ଲେଖାଶ୍ରୀଙ୍କ ଟାର୍ଗେଟରେ ରାଜ୍ୟପାଳ ରଘୁବର ଦାସ । ପ୍ରେସମିଟରେ ବର୍ଷିବା ପରେ ଏବେ ସୋସିଆଲ ମିଡିଆକୁ ବି ଛାଡି ନାହାନ୍ତି ଲେଖାଶ୍ରୀ ସାମନ୍ତସିଂହାର । ନିଜ ସୋସିଆଲ ମିଡିଆ ସାଇଟରେ ଏକ ଭିଡିଓ ପୋଷ୍ଟ କରି ରାଜ୍ୟପାଳଙ୍କୁ ତାଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇଛନ୍ତି ଲେଖାଶ୍ରୀ । ଏଏସଓଙ୍କୁ ମାଡ ମାରିବା ଘଟଣାରେ ନିଜେ ଅଭିଯୁକ୍ତର ବାପା ହୋଇ କିପରି ସେହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଏବଂ ପୋଲିସ ବଦଳରେ ପୁରୀ ଜିଲ୍ଲାପାଳଙ୍କୁ କିପରି ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ତାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ଏହା ସହ ଆଇନ ମନ୍ତ୍ରୀଙ୍କୁ ମଧ୍ୟ ତାଗିଦ କରିଛନ୍ତି । ଆଇନକୁ ବାଟ ବଣା ନକରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ତେବେ ବିଧାନସଭାର ପ୍ରଥମ ଦିନରେ ମଧ୍ୟ ଏଏସଓଙ୍କୁ ମାଡ ପ୍ରସଙ୍ଗ ଉଠାଇ ବିଜେଡି ହଟ୍ଟଗୋଳ କରିଥିଲା । ଆଉ ଏବେ ବିଧାନସଭା ବାହାରେ ମଧ୍ୟ ଏହି ପ୍ରସଙ୍ଗକୁ ବିଜେଡି ରାମବାଣ ସଦୃଶ ବ୍ୟବହାର କରୁଛି । ତେବେ ଦେଖାଯାଉ ଲେଖାଶ୍ରୀଙ୍କ ଏହି ଭିଡିଓର ପ୍ରତିଉତ୍ତରରେ ବିଜେପି କଣ ସ୍ପଷ୍ଟୀକରଣ ଦେଉଛି ।

author

Related Articles

Leave a Reply

Your email address will not be published. Required fields are marked *