ମନ୍ମଥଙ୍କୁ ମିଲିଲା ନୂଆ ଦାୟିତ୍ୱ

ମନ୍ମଥଙ୍କୁ ମିଲିଲା ନୂଆ ଦାୟିତ୍ୱ

ମନ୍ମଥଙ୍କୁ ମିଳିଲା ନବୀନଙ୍କ ନୂଆ ଟିମରେ ସ୍ଥାନ । ବିଜେଡିର ନୂଆ ମିଡିଆ ଟିମରେ ମନ୍ମଥଙ୍କୁ ସାମିଲ କଲେ ନବୀନ । ହଁ ଦର୍ଶକବନ୍ଧୁ, ମହାପ୍ରଭୁଙ୍କ ରଥ ଯାତ୍ରାଠାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଉଛନ୍ତି । ବିରୋଧୀ ଦଳ ଭାବେ ଉଭା ହେବା ପରେ ସତେ ଯେପରି ବିଜେପି ବିରୁଦ୍ଧରେ ମହାପ୍ରଭୁଙ୍କ ପାଖରେ ଶପଥ ନେଇଛନ୍ତି ନୀବନ । ରଥ ଯାତ୍ରା ଠାରୁ ଆରମ୍ଭ କରି ଆଜିଯାଏଁ ଦଳରେ ପରିବର୍ତ୍ତନ ଚାଲିଛି । ପ୍ରଥମେ ରାଜ୍ୟସ୍ତରୀୟ ସମସ୍ତ କମିଟି ଭଙ୍ଗି କରି ବରିଷ୍ଠ ନେତାଙ୍କୁ ନବୀନ ଆଗକୁ ଆଣୁଥିଲେ । ଏବଂ କନିଷ୍ଠ ନେତାଙ୍କୁ ପଛରେ ରଖିଥିଲେ । କିନ୍ତୁ ଏବେ ତାଙ୍କୁ ମଧ୍ୟ ଥଇଥାନ କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ସୋମବାର ବିଧାନସଭା ଅଧିବେଶନ ପରେ ନବୀନ ବିଜେଡିର ୧୬ ଜଣିଆ ନୂଆ ମିଡିଆ ଟିମ୍ ଘୋଷଣା କରିଛନ୍ତି । ନିବାଚନ ପରେ ଯେଉଁ ନେତାମାନେ ପଛରେ ରହିଯାଇଥିଲେ ଏବେ ସେମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଯେଉଁଥିରେ ମନ୍ମଥ ରାଉତରାୟଙ୍କୁ ନବୀନ ସ୍ଥାନିତ କରିଛନ୍ତି । ନିବାଚନରେ ହାରିବା ପରେ ମନ୍ମଥଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । ସେ ପୁଣି ଥରେ ତାଙ୍କ ପାଇଲଟ ଚାକିରୀକୁ ଫେରିଯିବେ ନା ଅନ୍ୟ କିଛି କରିବେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ନବୀନ ନିବାସରେ ତାଙ୍କୁ ପୁଣି ଥରେ ଦେଖି ସେ ଏବେ ବି ଦଳରେ ରହିଥିବା ଦେଖିବାକୁ ମିଳିଥିଲା । ଆଉ ଏବେ ତାଙ୍କୁ ମଧ୍ୟ ଦଳରେ କିଛି ଦାୟିତ୍ୱ ମିଳିଥିବା ସୂଚନା ମିଳିଛି । ତେବେ କେବଳ ମନ୍ମଥ ନୁହଁନˆି ମନ୍ମଥଙ୍କ ସହ, ଯୁବନେତ୍ରୀ ଇପସିତା ସାହୁ, ରମେଶ ବେହେରା, ଇରାନୀ ରାୟ, ବ୍ୟୋମକେଶ ରାୟ, ଲତିକା ପ୍ରଧାନ , ସୁବାଷ ସିଂହ ଆଦିଙ୍କୁ ନବୀନ ମିଡିଆ ଟିମରେ ସାମିଲ କରିଛନ୍ତି ଏବଂ ଦଳକୁ ଆଗକୁ ବଢାଇବା ପାଇଁ ସୁଯୋଗ ଦେଇଛନ୍ତି । ତେବେ ଦେଖାଯାଉ ଆଗକୁ ବିଜେଡିର କି ପରିବର୍ତ୍ତନ ହେଉଛି ଏବଂ ନବୀନ ଆଉ କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *