ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗିରଫ ଦାବି । ବିଧାନସଭା ଗୃହରେ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ହଁ ଦର୍ଶକବନ୍ଧୁ, ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଏଭଳି କିଛି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛିା ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ସିଧାସଳଖ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦାବି କରିଛନ୍ତିି । ବିରୋଧୀ ଦଳର ନେତା ଗୃହର ନିୟମ ଭଙ୍ଗ କରିଥିବା ସେ ଅଭିଯୋଗ କରିଛନ୍ତି ଏବଂ ନବୀନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଯାହାକୁ ବିଜେଡି ନେତା ମାନେ ଅତ୍ୟନ୍ତ ହାସ୍ୟାସ୍ପଦ କଥା ବୋଲି କହିବା ସହ ବିଜେପି ତାର ଅନଭିଜ୍ଞତାର ପରିଚୟ ଦେଉଥିବା ବିଜେଡି ବିଧାୟକ ଅରଣୁ ସାହୁ କଟାକ୍ଷ କରି କହିଛନ୍ତି । ତେବେ ବିଧାନସଭା ଅଧିବେଶନ ଆରମ୍ଭ ଦିନଠାରୁ ହିଁ ବିରୋଧୀ ବିଜେଡି ରିଭେନଜ ମୁଡରେ ରହିଛି । ବାରମ୍ବାର ଶାସକ ଦଳ ଉପରକୁ ପ୍ରଶ୍ନ ଉଠାଇବା ସହ ଓଡିଆ ଅସ୍ମିତାକୁ କୁଠାର ଘାତ କରିଥିବା ଅଭିଯୋଗ ଆଣୁଛନ୍ତି । ଏପରିକି ରାଜ୍ୟପାଳ ଅଭିଭାଷଣ ଦେବା ବେଳେ ଖୋଦ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତାଙ୍କୁ ବିରୋଧ କରିଥିଲେ । କିନ୍ତୁ ତାଙ୍କ ବିରୋଧ ସମୟରେ ତାଙ୍କ ମାଇକ ଏବଂ କ୍ୟାମେରା ଉଭୟ ବନ୍ଦ କରିଦେଇଥିଲା ବିଜେପି । ଯେପରି ନବୀନଙ୍କ କଥା ସାଧାରଣ ଜନତାଙ୍କ ପାଖରେ ନ ପହଁଞ୍ଚିବ ସେଥିପାଇଁ ଶାସକ ଦଳ ଏପରି କାମ କରିଥିବା ବିଜେଡି ନେତା ଅଭିଯୋଗ କରିଥିଲେ । ଯାହାତକୁ ସାଧାରଣ ଜନତାଙ୍କ ସହ ରାଜନୈତିକ ସମୀକ୍ଷକମାନେ ମଧ୍ୟ ଗ୍ରହଣ କରିନଥିଲେ । ଆଉ ଏବେ ୫ ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ଗିରଫ ଦାବି କରି ବିଜେପି ଜାଣିଶୁଣି ନିଜ ଉପରକୁ କାଦୁଅ ଫିଙ୍ଗୁଥିବା ସାଧାରଣରେ ଚର୍ଚ୍ଚା ହେଲାଣି । ତେବେ ଦେଖାଯାଉ ଏହି ପ୍ରସଙ୍ଗକୁ ନେଇ ବିଜେଡି ଆଗକୁ କଣ ପଦକ୍ଷେପ ନେଉଛନ୍ତି ଏବଂ ବିଜେପିର ଉତ୍ତର କଣ ରହୁଛି ତାହା ଦେଖିବାର କଥା ।
You can share this post!
author