ନବୀନଙ୍କ ଗିରଫ ଦାବି କାହିଁକି ଚୁପ ବବି ?

ନବୀନଙ୍କ ଗିରଫ ଦାବି କାହିଁକି ଚୁପ ବବି ?

ରାଜ୍ୟରେ ଚାଲିଛି ସପ୍ତଦଶ ବିଧାନସଭା ଅଧିବେଶନ । ପ୍ରତ୍ୟେକ ଦିନ ଗୃହକୁ ସରଗରମ କରୁଛନ୍ତି ବିରୋଧି ବିଜେଡି କଂଗ୍ରେସ । ରାଜ୍ୟରେ ଏବେ ମୁଖ୍ୟ ବିରୋଧି ଦଳ ସାଜିଥିବା ବିଜୁ ଜନତା ଦଳ ବିଧାନସଭାରେ ମୋହନ ସରକାରଙ୍କୁ ଘେରିବା ପାଇଁ ଗୋଟିଏ ମୌକାକୁ ହାତଛଡା କରୁନାହିଁ । ଗତକାଲି ବିଧାନସଭାରେ ଘଟିଥିବା ଏକ ଘଟଣା ରାଜ୍ୟ ରାଜନୀତିରେ ଅଧିକ ଚହଳ ପକାଇଛି । ରାଜ୍ୟପାଳଙ୍କ ଅଭିଭାଷ ସମୟରେ ହଠାତ ନିଜ ଆସନରୁ ଉଠି ପ୍ରତିବାଦ କରିଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଏହାପରେ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା ଏବଂ ବିରୋଧୀ ଦଳ ନେତା ନବୀନଙ୍କ ସହିତ ବିଜେଡି ନେତା ମାନେ କକ୍ଷ ତ୍ୟାଗ କରିଥିଲେ । ଏହାପରେ ଏହି ଘଟଣାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣରେ ବାଧା ଦେବା ଦଣ୍ଡନୀୟ ଅପରାଧ ଯେଉଁଥିପାଇଁ ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରି ପ୍ରତିକ୍ରିୟା ରଖିଛନ୍ତି । କିନ୍ତୁ ଏହାକୁ ତୀବ୍ର ବିରୋଧ କରିଛନ୍ତି ବିଜେଡି ବିଧାୟକ ମାନେ । ନୟାଗଡ ବିଧାୟକ ଅରୁଣ ସାହୁ ସିଧା ସିଧା ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ କଟାକ୍ଷ କରିବା ସହିତ ଏହା ଅନଭିଜ୍ଞତାର ପରିଚୟ ବୋଲି କହିଛନ୍ତି । ତେବେ ନବୀନଙ୍କ ଗିରଫ ଦାବି ପ୍ରସଙ୍ଗ ଉଠିବା ପରେ ବିଜେଡି ବିଧାୟକମାନେ ଏ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି ଏବଂ ବିଜେପିକୁ କଡା ସମାଲୋଚନା କରୁଛନ୍ତି । ତେବେ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ତଥା ସାଙ୍ଗଠନିକ ସଂପାଦକ ଏବଂ ନବୀନଙ୍କ ଛାଇ ହୋଇ ରହୁଥିବା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବେ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ବବିଙ୍କ ସପକ୍ଷରେ ନା ନବୀନ ବାହାରୁଛନ୍ତି କି ନବୀନଙ୍କ ସପକ୍ଷରେ ବବି ବାହାରୁଛନ୍ତି ଯାହା ଓଡିଶା ରାଜନୀତିରେ ଏହି ଘଟଣାକୁ ଅଧିକ ଚର୍ଚ୍ଚାକୁ ଟାଣୁଛି । କାହିଁକିନା ବବିଙ୍କ ସରକାରୀ ବାସଭବନ ଭଙ୍ଗା ଘଟଣାରେ ନବୀନ ମୁହଁ ଖୋଲି ନଥିଲେ ଆଉ ଏବେ ନବୀନଙ୍କ ଗିରଫ ଦାବି ଘଟଣାରେ ବବି ମୁହଁଖୋଲୁନାହାନ୍ତି । ତେବେ ନବୀନ ଓ ବବିଙ୍କ ଏହଂ ସମ୍ପର୍କ ରାଜ୍ୟ ରାଜନୀତିରେ କେଉଁ ମୋଡ ଆଣୁଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *