ବିଧାନସଭା ଅଧିବେଶନ ଆରମ୍ଭ ହେବା ଦିଠାରୁ ହିଁ ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିପାରୁନାହିଁ । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ତାତିଲା ବିଧାନସଭା । ଗୃହରେ ବିରୋଧୀ ବିଧାୟକ ହଟ୍ଟଗୋଳ କରିବା ସହ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ । ଗୁରୁବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ପୋଲାଭରମ ପ୍ରସଙ୍ଗ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତି କହିଥିଲେ ଯେ, ପୋଲାଭରମକୁ ନେଇ ଗୃହ କମିଟି ଗଠନ କରାଯାଉ । ପ୍ରତିବାଦ ସମୟରେ ବାଚସ୍ପତିଙ୍କ ମାଇକ ଟାଣି ଦେଇଥିଲେ ବିଧାୟକ ତାରା ବାହିନୀପତି । ଆଉ ଏହାପରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ । ଗୁରୁବାର ଗୃହରେ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଟଙ୍କା ଦେବା ନେଇ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା। ଏହି ପ୍ରକଳ୍ପ ଦ୍ଵାରା ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ଅଭିଯୋଗ କରି ବର୍ଷିଥିଲେ ରାମଚନ୍ଦ୍ର କାଡାମ ।
You can share this post!
author