ଭିତରେ ଭିତରେ ବିଜେପିକୁ ଖୋଳ କରୁଛନ୍ତି କି ଦଳୀୟ ନେତା ?

ଭିତରେ ଭିତରେ ବିଜେପିକୁ ଖୋଳ କରୁଛନ୍ତି କି ଦଳୀୟ ନେତା ?

ରାଜ୍ୟରେ ସୃଦୁଢ ହେଉଛି ଭାରତୀୟ ଜନତା ପାର୍ଟି ସରକାର କିନ୍ତୁ ଭିତରେ ଭିତରେ ସେତିକି ଅଡୁଆରେ ପଡୁଛି ମୋହନ ସରକାର । ଏ କଥା ଆମେ କାହିଁକି କହୁଛୁ ତାହା ଆପଣମାନେ ଠିକ ବୁଝି ପାରୁଥିବେ । କେତେବେଳେ ମନ୍ତ୍ରୀ ଗୋଟିଏ କଥା ଘୋଷଣା କରୁଛନ୍ତି ତ ସେହି କଥାକୁ ଅସ୍ୱୀକାର କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୟେଉଁଥିପାଇଁ କୁହାଯାଉଛି କି ଜାଣିଶୁଣି ମୁଖ୍ୟମନ୍ତ୍ରୀଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର କରାଯାଉଛି ଅଥବା ଦଳ ଭିତରେ କଣ ଚାଲୁଛି ମୁଖ୍ୟମନ୍ତ୍ରୀଙ୍କୁ ସ ବିଷୟରେ ଜ୍ଞାତ ନାହିଁ । କେହି କେହି କହୁଛନ୍ତି କି ବିରୋଧି ବିଜେଡି ଭାରତୀୟ ଜନତା ପାର୍ଟି ସରକାରକୁ ଫସାଇବା ପାଇଁ ଏପରି କରୁଛି ତ ଅନ୍ୟ କେଉଁଠାରେ ଚର୍ଚ୍ଚା ହେଉଛି ବିଜେପିରେ ହିଁ କିଛି ଦଳୀୟ ନେତା ରହିଛନ୍ତି ଯେ ନିଜ ଦଳରେ ମୂଷା ସାଜିଛନ୍ତି । ନିକଟରେ ବିଜୁ କ୍ରୀଡା ପୁରସ୍କାର ନାଁ ବଦଳାଇବା ନେଇ କ୍ରୀଡା ବିଭାଗ ତରଫରୁ ଘୋଷଣା କରାଯାଇଥିଲା । ବିଜୁ ବାବୁ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ କରାଯାଇ ରାଜ୍ୟ କ୍ରୀଡା ସମ୍ମାନ ରଖାଯାଇଥିଲା । ଯାହାକୁ ବିରୋଧ କରି ବିରୋଧି ବିଜୁ ଜନତା ଦଳ ବିଜେପି ସରକାର ଉପରେ ବର୍ଷିଥିଲା । କିନ୍ତୁ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମ୍ୱାଦିକ ସମ୍ମିଳନୀ କରି ଏ ବାବଦରେ ସଫେଇ ଦେଇଥିଲେ କି ବିଜୁ କ୍ରୀଡା ପୁରସ୍କାରର ନାମ ବଦଳାଇବାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । ଖାଲି ସେତିକି ନୁହେଁ ରାଜ୍ୟରେ ମଦ ବନ୍ଦ ହେବା ଏବଂ 5ଟି ବ୍ୟବସ୍ଥା ହଟିବା ନେଇ ମଧ୍ୟ ଦ୍ୱନ୍ଦ ଦେଖାଯାଇଥିଲା ଯାହାକୁ ମୋହନ ସରକାର ଖଣ୍ଡନ କରିଥିଲେ । ଅନ୍ୟପଟେ କ୍ରୀଡା ବିଭାଗ ତରଫୁରୁ ନୋଟିସ ଜାରି ହେଲା କିନ୍ତୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଏ ବାବଦରେ ତାଙ୍କୁ ଜଣାନାହିଁ । ମୁଖ୍ୟମନ୍ତ୍ରୀଙ୍କ ଆୟତ୍ତରେ ଦଳ ନାହିଁ ବୋଲି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ସିଧାସଳଖ ମୋହନ ମାଝୀଙ୍କୁ ଟାର୍ଗେଟ କରି କହିଥିଲେ । ତେବେ ଏତେ ଚର୍ଚ୍ଚା ଭିତରେ କିଏ ସେ ଦଳର ମୂଷା ଯିଏ ଭିତରେ ଭିତରେ ଦଳକୁ ଖୋଳ କରିବାରେ ଲାଗିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *