ୟୁଟ୍ୟୁବ ଦେଇଛି ପୂଜାଙ୍କୁ ରୋଜଗାର

ୟୁଟ୍ୟୁବ ଦେଇଛି ପୂଜାଙ୍କୁ ରୋଜଗାର

ଆଜି କାଲିର ସମାଜରେ ଚାକିରୀ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ।ଚାକିରୀ ନାହିଁ ତ ସମାଜରେ ସମ୍ମାନ ବି ନାହିଁ । ତେଣୁ ଏହାକୁ ହିଁ ଦୃଷ୍ଟିରେ ରଖି ଆଜିକାର ଯୁବ ପିଢି କିଏ କିଏ ଗ୍ରାଜୁଏସନ ପରେ ଚାକିରୀ ଖୋଜିବାରେ ଲାଗିପଡୁଛନ୍ତି ତ ଆଉ କିଏ କିଏ ଗ୍ରାଜୁଏସନ ପୂର୍ବରୁ ହିଁ ଚାକିରୀ କରୁଛନ୍ତି । ଘର ଉପରେ ବୋଝ ନହେବା ସହିତ ନିଜ ଗୋଡରେ ନିଜେ ଛିଡା ହେବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଏମିତି ବି କିଛି ଜଣ ଅଛନ୍ତି ଯିଏ ଚାକିରୀ ଜୀବନରୁ ବାହାରି ନିଜ ଉଦ୍ୟମରେ କିଛି କରିବାକୁ ସ୍ୱପ୍ନ ଦେଖିଥାନ୍ତି । ଆଉ ସେହି କିଛି ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୨୪ ବର୍ଷୀୟା ପୂଜା ମହାରଣା । ନିଜ ପରିବାରକୁ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରିବା ସହ ନିଜ ଖର୍ଚ୍ଚ ତୁଲାଇବା ପାଇଁ କକେଜରେ ପଢିବା ସମୟର ୁହିଁ ଚାକିରୀ କରିବା ଆରମ୍ଭ କରିଦେଇଥିଲେ । ନିଜ ପାଠ ସହ ଚାକିରୀ ଜୀବନକୁ ମଧ୍ୟ ଭଲ ଭାବେ ମ୍ୟାନେଜ କରିଥିଲେ । ଦୀର୍ଘ ୮ ବର୍ଷ ଚାକିରୀ ଜୀବନ ବିତାଇବା ପରେ ଶେଷରେ ୟୁଟ୍ୟୁବରୁ ଖାଇବା ପ୍ରଣାଳୀ ଦେଖି ନିଜର ଏକ ଛୋଟ ବିଜନେସ ଆରମ୍ଭ କରିବା ପାଇଁ ମନବଳାଇଲେ । ଖାଇବା ଏବଂ ଅନ୍ୟକୁ ଖୁଏଇବା ତାଙ୍କ ସୌକ ହୋଇଥିବା ବେଳେ ନିଜର ପ୍ୟାସନକୁ ହିଁ ଏକ ପରିଚୟ ଦେବା ପାଇଁ ମନସ୍ଥ କରିଥିଲେ । ଘରେ ସମସ୍ତଙ୍କୁ ନିଜ ହାତରନ୍ଧା ଖୁଆଇବା ପରେ ଭୁବନେଶ୍ୱରବାସୀଙ୍କୁ ନିଜ ହାତର ଟେଷ୍ଟ କରାଇବା ପାଇଁ ଘରୁ ଗୋଡ କାଢି ବାହାରକୁ ଆସିଲେ । ପଟିଆରେ ତାଙ୍କ ଘର ରହିଥିବା ବେଳେ ସ୍କୁଟି ଯୋଗେ ପ୍ରତିଦିନ ସେ ସହିଦନଗରରେ ଥିବା ନିଜ ଷ୍ଟଲକୁ ଆସନ୍ତି । ଏବଂ ନିଜ ହାତ ପ୍ରସ୍ତୁତ ଟେଷ୍ଟୀ ଟେଷ୍ଟୀ ସ୍ୟାଣ୍ଡଉଇଚ ଏବଂ ମୋମୋ ବିକ୍ରି କରନ୍ତି । ସନ୍ଧ୍ୟା ୬ଟାରୁ ରାତି ୧୧ଟା ପଯ୍ୟନ୍ତ ସେ ନିଜ ଦୋକାନ ଚଳାଇଥାନ୍ତି । ଝିଅ ଟିଏ ହୋଇ ବାହାରେ ଷ୍ଟଲ ଲଗାଇବା ବେଳଏ ପ୍ରଥମେ ପ୍ରଥମେ ତାଙ୍କୁ ବହୁତ କିଛି ସମାଲୋଚନାର ଶିକାର ହେବାକୁ ପଡିଲା । କିନ୍ତୁ ଅନ୍ୟମାନଙ୍କ କଥାକୁ ଖାତିର ନକରି ସେ ଆଗେଇ ଚାଲିଲେ । ୫ ପ୍ରକାରର ମୋମୋ ତିଆରି କରିବା ସହିତ ବିଭିନ୍ନ ପ୍ରକାର ସ୍ୟାଣ୍ଡଉଇଚ ମଧ୍ୟ ସେ ଘରେ ପ୍ରସ୍ତୁତ କରୁଛନ୍ତି । ଆଉ ଏହି ଦୁଇଟି ଫାଷ୍ଟଫୁଡ ଆଇଟମରୁ ହିଁ ସେ ଦିନକୁ ୩୦୦୦ ଟଙ୍କାର ଲାଭ ଉଠାଉଛନ୍ତି । ନିଜ ସ୍ୱପ୍ନକୁ ପୂରଣ କରିବା ସହ ତାଙ୍କ ଭାଇଙ୍କର ମଧ୍ୟ ସ୍ୱପ୍ନକୁ ସାକାର କିରବା ପାଇଁ ଉଦ୍ୟମ ଚଳାଇଛନ୍ତି । ଆଉ ଏଥିରେ ତାଙ୍କ ପୂରା ପରିବାର ମଧ୍ୟ ତାଙ୍କ ସାଥ୍ ଦେଉଥିବା ସେ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *