କାଳିଆ ଯୋଜନାର ଭବିଷ୍ୟତ କଣ ?

କାଳିଆ ଯୋଜନାର ଭବିଷ୍ୟତ କଣ ?

ରାଜ୍ୟରେ ଆଉ କାମ ଦେବନି କି କାଳିଆ ଯୋଜନା ? ଚାଷ ପାଇଁ ଆଉ ଚାଷୀଙ୍କୁ ମିଳିବନି କି କାଳିଆ ଟଙ୍କା ? ଏଭଳି କିଛି ଦ୍ୱନ୍ଦ୍ୱ ଏବେ ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧନ ସିଂହ ଦେଓଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି । ବିଜେପି ସରକାରକୁ ଆସିବା ପରେ ଅନେକ କିଛି ଯୋଜନାକୁ ବନ୍ଦ କରିଦେଇଥିବା ବେଳେ ଅନେକ କିଛି ଯୋଜନାକୁ ନୂଆ ରୂପରେ ଆଣିଛି । କିନ୍ତୁ ସରକାରରେ ଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚାଷୀମାନଙ୍କ ପାଇଁ ଯେଉଁ କାଳିଆ ଟଙ୍କା ଦେଉଥିଲେ ତାହା ଆଗକୁ ମିଳିବ ନା ନାହିଁ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଏଯାଏ ଏହା ଉପରେ ବିଜେପି କିଛି ବି ବିଚାର କରିନଥିବା କୁହାଯାଉଛି । ଏ ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନା ଚାଲିଛି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧନ ସିଂହ ଦେଓ କହିଛନ୍ତି । ଯାହାକୁ ନେଇ କାଳିଆ ଭତ୍ତା ପାଉଥିବା ହିତାଧୀକାରୀ ଚିନ୍ତାରେ ପଡିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *