ନିଷ୍କ୍ରିୟ ନବୀନଙ୍କ ସକ୍ରିୟ ରୂପରେ ବିରୋଧି ତାଜୁବ !

ନିଷ୍କ୍ରିୟ ନବୀନଙ୍କ ସକ୍ରିୟ ରୂପରେ ବିରୋଧି ତାଜୁବ !

ଓଡିଶାରେ ଗୋଟିଏ ପ୍ରମୁଖ ଆଞ୍ଚଳିକ ଦଳ ହେଉଛି ବିଜୁ ଜନତା ଦଳ । 24 ବର୍ଷ ପରେ ଏକ ନୈରାଶ୍ୟଜନକ ପରାଜୟ ପରେ ନିଷ୍କ୍ରିୟ ନବୀନ ଏବେ ବେଶ ସକ୍ରିୟ । ସରକାରରେ ଥିବାବେଳେ ଦିନକ ପାଇଁ ବିଧାନସଭା ଗସ୍ତ କରୁଥିବା ନବୀନ ପଟ୍ଟନାୟକଙ୍କ ଏବେ ଏମିତି ରୂପ ଦେଖି ବିଜେପି ସରକାର କାବା ହୋଇଗଲାଣି । ଖାଲି ବିଜେପି କାହିଁକି ନବୀନଙ୍କ ଜୋସ ଦେଖି ଓଡିଶାବାସୀ ମଧ୍ୟ ତାଜୁବ । ସରକାରରେ ଥିବାବେଳେ ନବୀନ ବାବୁ ନା ଗଣମାଧ୍ୟମ ସାମ୍ନାକୁ ଆସୁଥିଲେ ନାଁ ବିଧାନସଭା ଯାଉଥିଲେ । କିନ୍ତୁ ବିରୋଧି ହେବା ପରେ ହଠାତ ଯେମିତି ନୂଆ ଜୋସରେ ଆସିଯାଇଛନ୍ତି ବିଜେଡି ସୁପ୍ରିମୋ । ନିର୍ବାଚନରେ ବିଜେଡିର ପରାଜୟଠାରୁ ଆଜିକା ଦିନ ପର୍ଯ୍ୟନ୍ତ ଆମେ ଯଦି ନବୀନଙ୍କ ଗତି ଉପରେ ନଜର ପକାଇବା ପରାଜୟ ପରେ ନିଜ ଦଳର ନବକଳେବର କରିବାଠାରୁ ଯେ ବିଧାୟକ ଏବଂ ରାଜ୍ୟସଭା ସାଂସଦ ମାନଙ୍କୁ ଟ୍ୟୁସନ କରିବା ଏବଂ ବିଧାନସଭାରେ ବିରୋଧି ଦଳ ନେତା ଭାବେ ପ୍ରମୁଖ ଭୂମିକାରେ ନଜର ଆସିବା ଏ ସବୁଥିରେ ବେଶ ସକ୍ରିୟ ଭାବେ ନଜର ଆସୁଛନ୍ତି ନବୀନ ବାବୁ । ପାଣ୍ଡିଆନଙ୍କ ହାତମୁଠାରେ ଦଳ ରହୁଥିବା ନେଇ ଅନେକ ସମୟରେ ନବୀନଙ୍କୁ ଅନେକ କଥା ସହିବାକୁ ପଡିଛି । କିନ୍ତୁ ବିଜେଡି ସୁପ୍ରିମୋଙ୍କ ଏପରି ରୂପ ଏବେ ରାଜ୍ୟ ରାଜନୀତିରେ ଚହଳ ପକାଇଛି । ତାହା ସହିତ କେନ୍ଦ୍ର ସରକାର ଘୋଷଣା କରିଥିବା ବଜେଟରେ ଓଡିଶାକୁ କିଛି ନ ମିଳିବା ପ୍ରସଙ୍କ ଉଠାଇ ମଧ୍ୟ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟର ପ୍ରମୁଖ ସରକାରୀ ଦଳ ଥିବା ବିଜେଡି ଏବେ ପ୍ରମୁଖ ବିରୋଧି ଦଳ ଭାବେ ଉଭା ହୋଇଛି ଯାହା ବିଗତ ଦିନର ବିଧାନସଭା ଅଧିବେଶନରୁ ସ୍ପଷ୍ଟ ଜଣାପଡୁଛି ଯେ କିପରି ଆଗାମୀ ଦିନରେ ମୋହନ ସରକାରଙ୍କୁ ପାଣି ପିଆଇବେ ଏବଂ ସାଢେ ଚୋରିକୋଟି ଓଡିଆଙ୍କ ପାଇଁ ସ୍ୱର ଉତ୍ତୋଳନ କରିବେ । ନିର୍ବାଚନ ପୂର୍ବରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରତିପକ୍ଷ ଦଳ କଡା ସମାଲୋଚନା କରୁଥିଲା କିନ୍ତୁ ନିର୍ବାଚନ ପରେ ସେସବୁକୁ ଭୁଲ ପ୍ରମାଣ କରିଦେଇଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ଏହି ଉଗ୍ର ରୂପ ବିରୋଧି ପାଇଁ ଆଗକୁ କିପରି କାଳ ସାଜୁଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *